-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ସମ୍ବଲପୁର,(ପ୍ରେରଣା ଖବର ): ୨୦୨୦ ର ଅନ୍ତିମ ଦିବସରେ ଆଜି ଇଚ୍ଛାପାଳ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ୯୦ ଜଣଙ୍କୁ ନିଶୁକ୍ଲ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ହାତୀବାରି ସ୍ଥିତ ବାଏଫ ପକ୍ଷରୁ ଏହି ଶିବିର ବୀରସିଙ୍ଗଗଡ ପଞ୍ଚାୟତର ଇଚ୍ଛାପାଳ ଠାରେ ଜିଡିପିଓ ସ୍ମିତାରାଣୀ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ରୋଗୀଙ୍କ ଚିକିତ୍ସା କରି ଆବଶ୍ୟକ ପରାମର୍ଶ ଦେଇଥିଲେ । ମହାନଦୀ କୋଲ୍ଦ ଫିଲ୍ଦ (ଏମସିଏଲ) ସହାୟତାରେ ଆୟୋଜିତ ଶିବିରକୁ ସିଆରପି କୈଳାଶ ଚନ୍ଦ୍ର ସେଠ, ରାଜୀନ ମୁଣ୍ଡା ଓ ରବି ଭୋଇ ସହଯୋଗ କରିଥିଲେ।