-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର:  ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳିତ

16-Aug-2024



ବଲାଙ୍ଗିର  ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଜିଲ୍ଲା ମୁଖ୍ୟାଳୟ ରେ ଥିବା ମନୋହରପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଇଛି | ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ଵାଧୀନ) ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଶ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ପତାକା ଉତ୍ତୋଳନ କରି ଜିଲ୍ଲା ବାସୀଙ୍କ ପାଇଁ ଉଦବୋଧନ ଦେଇଥିଲେ | ତାଙ୍କ ଭାଷଣରେ ସେ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ । କପୁରଚନ ନାୟକ , ସୁରେନ୍ଦ୍ର ଠାକୁର , କୁଞ୍ଜ ବିହାରୀ ମେହେର , କପିଳେଶ୍ଵର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର , ଦିବାକର ବହିଦାର , ନରସିଂହ ପ୍ରସାଦ ନନ୍ଦ , ସ୍ଵପ୍ନାନନ୍ଦ ପାଣିଗ୍ରାହୀ, ଯୁଧିଷ୍ଟିର ମିଶ୍ର , ଯୋଗେଶ୍ଵର କୁମୁର , ଧ୍ରୁବ ନାଥ ,ପୁରୁଷୋତ୍ତମ ନାଥ , ଚିନ୍ତାମଣି ମିଶ୍ର, ରିଷି ଗଡତ୍ୟା,ଭାର୍ଗବୀ ଗୁରୁ , ଦଶରଥ ସାହୁ , ଯୁଗୋଳ କିଶୋର ନାଥ , ଆଠ ଗାଁ ଜମିଦାର ଧରମ ସିଂ ମାନ୍ଧତା ଭଳି ସ୍ଵାଧୀନତା ସଂଗ୍ରାମୀ ଙ୍କ ବଳିଦାନ କୁ ସ୍ମରଣ

କରିବାର ଦିନ ବୋଲି କହିଥିଲେ । 
       ଓଡ଼ିଶା ବାସୀ ଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ବ୍ୟାୟ ବରାଦ କରାଯାଇଛି । ଓଡିଆ ଅସ୍ମିତା ର ପୁନଃ ଉଦ୍ଧାର ଓ ସୁରକ୍ଷା ପାଇଁ ୨୦୦ କୋଟି , ବଜେଟ ଅଟକଳ ପୂର୍ବ ଅପେକ୍ଷା ୧୫ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାରୁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଚାଷୀ ଙ୍କ ଆୟ ବୃଦ୍ଧି କରି “ବିକଶିତ ଓଡ଼ିଶା ବିକଶିତ ଭାରତ ” ଲକ୍ଷ ରେ କୃଷି ବଜେଟ ୩୩ ହଜାର କୋଟି ରୁ ଉର୍ଦ୍ଧ ହେଇଛି । ବିପର୍ଯସ୍ତ ଡ୍ୟାମ ଗୁଡିକର ନିରନ୍ତର ରକ୍ଷଣ ବେକ୍ଷଣ ଓ ତଦାରଖ ପାଇଁ ଡ୍ୟାମ ସୁରକ୍ଷା ଓ ଉନ୍ନତିକରଣ ଯୋଜନା କାର୍ଯକାରୀ ହେଉଛି । ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଯଥା ଶୀଘ୍ର ପଦକ୍ଷେପ ନେଉଛନ୍ତି । ଓଡ଼ିଶା କୁ ସେମିକଣ୍ଡକ୍ଟର ହବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତିଆୟୋଗ ସାଧାରଣ ପରିଷଦ ବୈଠକରେ ମତ ଉପସ୍ତାପନ କରିଛନ୍ତି । ସେହିପରି ଯୋଗାଯୋଗ , ଯୁବ ସଶକ୍ତିକରଣ ଓ ବିପର୍ଜୟ ପରିଚାଳନା , ସାମାଜିକ ସୁରକ୍ଷା , ପର୍ଯଟନ , ହସ୍ତତନ୍ତ , ଆଞ୍ଚଳିକ ବିକାଶ , ମହିଳା ସଶକ୍ତିକରଣ , ସ୍ବାସ୍ଥ୍ଯ , ଶିକ୍ଷା , ଶିଳ୍ପ କୁ ନେଇ ସରକାର ଙ୍କ ଯୋଜନା ଲୋକଙ୍କ ସାମନାରେ ରଖିଥିଲେ । 
    ତେବେ ଦେଶ ମାତୃକର ସେବା କରିବାର ସୁଯୋଗ ମିଳିଥିବାରୁ ଆମେ ନିଜକୁ ଧନ୍ୟ ମଣିବା ସହ ସଂସ୍କୃତି , ପରମ୍ପରା ତଥା ଐତିହ କୁ ସର୍ବଦା ସମ୍ମାନ କରିବାକୁ ଚେଷ୍ଟିତ ରହିବା ବୋଲି ଉଦବୋଧନ ଦେଲେ | ଏହା ପରେ ସମ୍ମିଳିତ ପରେଡ ର ଅଭିବାଦନ ଗ୍ରହଣ କରି କୃତି ଛାତ୍ର ଛାତ୍ରୀଙ୍କୁ

ପୁରସ୍କାର ପ୍ରଦାନ କଲେ | ପଦ୍ମଶ୍ରୀ ଶ୍ରୀ ନରସିଂହ ପ୍ରସାଦ ଗୁରୁ , ପଦ୍ମଶ୍ରୀ ଶ୍ରୀ କୈଳାଶ ଚନ୍ଦ୍ର ମେହେର ଏବଂ ପଦ୍ମଶ୍ରୀ ଶ୍ରୀ ଶ୍ରୀନିବାସ ଉଦଗାତା ଙ୍କୁ ମଧ୍ୟ ସମର୍ଦ୍ଧିତ କରାଯାଇଥିଲା ।  
       ପରେ ମେଡିକାଲ ଯାଇ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ ଙ୍କ ସହ ବିଭିନ୍ନ ୱାର୍ଡ ବୁଲି ଫଳ ଏବଂ ମିଠା ବାଣ୍ଟି ରେଡ କ୍ରସର ରକ୍ତଦାନ ଶିବିର ଉଦଘାଟନ କରି ରକ୍ତଦାନ ପରି ମହତ ଦାନରେ ନିଜକୁ ସାମିଲ କରିଥିବାରୁ ଉପସ୍ଥିତ ଦାତା ମନକୁ ଅଭିନନ୍ଦନ ଜଣେଇଲେ | ପରେ ଜେଲ ରେ ଅନ୍ତେବାସୀଂକୁ ମିଠା , ପୁଇଁତଳା ବ୍ଲକ ଅଫିସରେ କୁଷ୍ଠ କଲୋନୀ ଅନ୍ତେବାସୀଙ୍କୁ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରି ସମାରୋହ ଶେଷ କରିଥିଲେ | ଶେଷରେ ଅପରାହ୍ନରେ ଟାଉନ ବଏଜ ହାଇସ୍କୁଲରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଖେଳ ପ୍ରଶାସକ ଏକାଦଶ ଏବଂ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେଇଥିଲା | ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟାନଦେଓ ମୁଖ୍ୟ ଅତିଥିଙ୍କ ସହ ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like