-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ସମ୍ବଲପୁର(ସଂଜୀବପାଣିଗ୍ରାହୀ)- ରାଜ୍ୟରେ ଦିନ କୁ ଦିନ ବଢି ଚାଲିଛି ଚାଷୀ ସମସ୍ୟା, ବିଶେଷ କରି ଧନ ବିକ୍ରି ସମସ୍ୟା ନେଇ ଚାଷୀ କୁଳ ମର୍ମାହତ, କ୍ଷତିଗ୍ରସ୍ତ ଓ ଚିନ୍ତିତ । ବିଭିନ୍ନ ଚାଷୀ ସଂଗଠନ ଓ ରାଜନୈତିକ ପକ୍ଷରୁ ବାର ବାର ବାରମ୍ବାର ଚେତେଇଲା ପରେ ମଧ୍ୟ ଭାଙ୍ଗୁ ନାହିଁ ରାଜ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା । ବିଶେଷ କରି ବିଗତ ଦିନ ମାନଙ୍କରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ନିଆଯାଇଛି ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଓ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ କଲା ପରେ ମଧ୍ୟ ସ୍ଥିତି ଯଥା ପୂର୍ବମ ତଥା ପରମ । ଆଜି ପୁଣି ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧି ଦଳ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇ କରିଛି ସବିଶେଷ ଆଲୋଚନା ।
୪ ଦିନ ମଧ୍ୟରେ ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ନହେଲେ ସମ୍ବଲପୁର ବନ୍ଦ କରାଯିବ ଓ ତାପରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କେବଳ ଓ କେବଳ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ଦେଇଛି ଚେତାବନୀ । ଆଜି ରେଙ୍ଗାଲି ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ନାଉରି ନାଏକଙ୍କ ନେତୃତ୍ୱରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଭେଟିଥିବା ପ୍ରତିନିଧି ଦଳରେ କୁଚିଣ୍ଡା ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ରାଜ୍ୟ ସମ୍ପାଦକ ଶୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମ ଚନ୍ଦ୍ର ମେହେର, ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ସାଧାରଣ ସମ୍ପାଦକ ଅନିଲ ବେହେରା, ଜିଲ୍ଲା ଉପାଧକ୍ଷା ପୁଷ୍ପାଞ୍ଜଳି ଧାରୁଆ, ଜିଲ୍ଲା ପରିଷଦ ସଦସ୍ୟା ମମତା ପଟେଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀୀ, କୃଷକ ମୋର୍ଚ୍ଚାର ନରେନ୍ଦ୍ର ମିଶ୍ର , ଚନ୍ଦ୍ର ଶେଖର ପଣ୍ଡା, ଦେବେନ୍ଦ୍ର ନାଏକ, ଶମ୍ଭୁ ବରେଲିଆ, ଅନୁପ ମିଶ୍ର, ନିଲାମ୍ବାର ସିକନ୍ଦର, ମହେନ୍ଦ୍ର ଭୋଇ, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ରହିଥିଲେ ।