-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଓଡ଼ିଶା ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମିଳିତ ପ୍ୟାରେଡ ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଛନ୍ତି। ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ସ୍ବାଧିନତା ସଂଗ୍ରାମୀ ମାନେ ପକାଇବା ସହ ସ୍ବାଧୀନ ସଂଗ୍ରାମ ରେ ନୂଆପଡ଼ା ଜିଲ୍ଲା ର ଅବଦାନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାକୁ ବିକଶିତ କରି କୃଷିର ବିକାଶ ନେଇ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୩୬ ପ୍ରତିଶତ ଅଧିକ ଅର୍ଥ ବେଜେଟ ଦିଆଯାଇଥିବା ପ୍ରକାଶ କରିଥିଲେ। ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦିଆଯିବ, ଉଭୟ ଖରିଫ୍ ଏବଂ ରବିରେ ଧାନ କ୍ରୟ କରିବା ବୋଲି ପ୍ରକାଶ କରିଛନ୍ତି। ସ୍ବାଧିନତା ଦିବସ ଉପଲକ୍ଷେ ଜିଲ୍ଲା ର ଆରକ୍ଷୀ ବାହିନୀ ସମେତ ୩୫ ଗୋଟି ପ୍ୟାରେଡ ଦଳ ର ଅଭିବାଦନ ଗ୍ରହଣ। ସେହିପରି ସ୍କୁଲ କଲେଜ୍ ଛାତ୍ର ଛାତ୍ରୀଙ୍କ ଦ୍ବାରା ଦେଷତ୍ମବୋଧକ ସାଂସ୍କୃତିକ ଦଳର ପରିବେଷଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ମଧୁସୁଦନ ଦାସ, ଏସ ପି ଜିଆର୍ ରାଘାବେନ୍ଦ୍ର ଯୋଗ।