-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଥରେ ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମିଳିତ ପ୍ୟାରେଡର ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଛନ୍ତି। ଉପାଖଣ୍ଡବାସୀ ଙ୍କୁ ଉଦବୋଧନ ଦେଇ ଦେଶ ସ୍ଵାଧୀନତା ରେ ଝାସ ଦେଇଥିବା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ। ଖଡିଆଳ ଅଞ୍ଚଳ ସ୍କୁଲ କଲେଜ୍ ରୁ ଏକାଧିକ ପ୍ୟାରେଡ ଦଳ ସାମିଲ ହୋଇଥିଲେ। ଏହି ଉପଲକ୍ଷେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସଭାରେ ଖଡିଆଳ ବ୍ଲକ୍ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ସମେତ ବହୁ ଶିକ୍ଷାବିତ, ହାଇସ୍କୁଲ ପ୍ରଧାନ ଶିକ୍ଷକ, ସଚେତନ ନାଗରିକ, ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।