-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ନର୍ଲା( ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସହର ନର୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୭୮ ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି ଏହି ପବିତ୍ର କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଭାରପ୍ରାପ୍ତ ଥାନା ଏ ସ ଆଇ ଗଜାନନ ପଟ୍ଟନାୟକ ,ସମାଜସେବି ମୋହନ ଭଟ୍ଟ ଯୋଗ ଦେଇଥିବା ବେଳେ ଆନୁଷ୍ଠାନିକ ଭାବରେ ତ୍ରିରଙ୍ଗା ପତାକାକୁ ସଂଘ ର ସଭାପତି ଦୀପକ କୁମାର ସାହୁ ଉତ୍ତୋଳନ କରିଥିଲେ ଏବଂ ଦେଶର ସର୍ବ ଭୌମତ୍ତ୍ୱ ରକ୍ଷା କରି ଦେଶର ସାମ୍ବିଧାନିକ ନିୟମ ଅନୁଯାୟୀ ସମସ୍ତେ ଏକତ୍ରିତ ହୋଇ ଦେଶ ମାତୃକାର ସେବା କରିବା ସହ ଦେଶର ସୁରକ୍ଷା ରେ ସମସ୍ତ ଙ୍କ ଅବଦାନ ରହିବା ଅତ୍ୟନ୍ତ ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ ଏବଂ ସଂଘର ଏହି ପବିତ୍ର କାର୍ଯ୍ୟକ୍ରମ ରେ ସଙ୍ଘ ପକ୍ଷ ରୁ ଦେଶ ପାଇଁ ବଳିଦାନ ଦେଇ ଥିବା ସହିଦ ଦେଶ ଭକ୍ତ ମାନଙ୍କ ସ୍ମୁତିଚାରଣ କରାଯାଇଥିଲା ଏହି ଅଖଣ୍ଡ ଭାରତର ପ୍ରତୀକ ତ୍ରିରଙ୍ଗାପତାକା ଉତ୍ତୋଳନ ର କାର୍ଯ୍ୟକ୍ରମ ରେ ନର୍ଲା ସାମ୍ବାଦିକ ସଂଘର ସଭାପତି ,ସମ୍ପାଦକ ତଥା ବରିଷ୍ଠ ସଦସ୍ୟ ଏବଂ ନର୍ଲା ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସହଯୋଗ କରିଥିଲେ .