-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ବୋଡ଼େନ (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନାରେ ଆଇ ଆଇ ସି ଗୋବିନ୍ଦ ମାଝୀ ୭୮ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଭାରତର ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା ପତାକା ତଳେ ଶ୍ରୀଯୁକ୍ତ ମାଝୀ ଠିଆ ହୋଇ ନିଜ ପୋଲିସ ବାହିନୀକୁ ଦେଶ ସେବା ନିମନ୍ତେ ନିୟୋଜିତ ଥିବା କଥାଟିକୁ ମନେ ପକାଇ ଦେଇଥିଲେ । ନିଜ ନିଜ ଦାୟୀତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ ପୁଣି ସାଧାରଣ ଜନତା କେମିତି ଉଚିତ୍ ନ୍ୟାୟ ପାଇ ପାରିବେ ତା ପାଇଁ ସମସ୍ତ ପୋଲିସ ବାହିନୀ ପ୍ରୟାସ କରିବାକୁ ମଧ୍ୟ ଜଣାଇଥିଲେ ।ଆଜିର ସ୍ଵାଧୀନତା ଦିବସ ପାଳନ ଅବସରରେ ଏସ ଆଇ ଜିତୁ ମହାନନ୍ଦ, ଏ ଏସ ଆଇ ସୁରତ ମାଝୀ, ଏ ଏସ ଆଇ ଡି ଡି ଦାସ, ଏ ଏସ ଆଇ କେଦାର ମାଝୀ, ଅନ୍ୟ ଏ ଏସ ଆଇ ମାନେ,ଟାଉନ ହାବିଲଦାର,କନେଷ୍ଟବଳ, ଆଇ ଆର୍ ବି ଏବଂ ଥାନାର ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ।