-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ତୁଷୁରା (ପଞ୍ଚାନନ ନାୟକ)- ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲାବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ବୁଧବାର ଷଷ୍ଠ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଳକ ଅଧ୍ୟକ୍ଷା ବେବି ଦୋରାଙ୍କ ସଭାପତିତ୍ବ କରିଥିଲେ । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ନବୀନ ଜୈନ, ବ୍ଳକ ଉପାଧ୍ୟକ୍ଷ ଟୁକୁ ପାଣିଗ୍ରାହୀ, ବଲାଙ୍ଗୀର ସାଂସଦ ପ୍ରତିନିଧି ଦିନବନ୍ଧୁ ବେହେରା, ଜାମୁଟ ଗ୍ରାମପଞ୍ଚାୟତ ସମିତି ସଭ୍ଯ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ରୁଷୁଡା ଗ୍ରାମପଞ୍ଚାୟତର ସରପଞ୍ଚ କୈଳାସ ବେହେରା ସହ ସମସ୍ତ ଗ୍ରାମପଞ୍ଚାୟତ ସମିତି ସଭ୍ଯ, ସରପଞ୍ଚ, କର୍ମଚାରୀ ଯୋଗ ଦେଇଥିଲେ। କୃଷୀ, ବିଦ୍ୟୁତ, ଶିକ୍ଷା,ପାନୀୟଜଳ,ଗମନାଗମନ ଓ ପରିବହନ ଆଦି ଉପରେ ଗୁରୁତ୍ବ ଦିଆଯିବା ନେଇ ଆଲୋଚନା ହୋଇଥିଲା । ବ୍ଳକ ବିଡିଓ ସୌମ୍ୟକାନ୍ତ ବନଗୋଲା ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ବିଧାୟକ ଶ୍ରୀ ଜୈନ ତୁଷୁରା ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିବା ବେଳେ ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ଓ ଏନଏସି କାର୍ଯ୍ୟନିର୍ବାହ ଅଧିକାରୀ ଚିନ୍ମୟ ଆଚାର୍ଯ୍ଯ ଉପସ୍ଥିତ ଥିଲେ ।