-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ଲୋଇସିଂହା(ବିନୋଦ ଦୀପ) ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଙ୍କ ନିର୍ଦେଶକ୍ରମେ ଲୋଇସିଂହା ଠାରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ଅଗ୍ରେସନ ଠାରୁ କଲେଜ ଓ କଲେଜ ରୁ ଅଗ୍ରସନ ଭବନ ପର୍ଯ୍ୟନ୍ତ ରେଲି ମାଧ୍ୟମରେ ଶୋଭାଯାତ୍ରା କରାଯାଇଥିଲା l ଏଥିରେ ଅନେକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ l ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ନାଗରିକ ମାନଙ୍କ ଏକତା, ଅଖଣ୍ଡତା ବଜାୟ ରଖିବା ପାଇଁ ଏହି ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଏମଏଲଏ ପ୍ରତିନିଧି ଗୌରାଙ୍ଗ ନାଏକ, ସରୋଜ ସାହୁ, ସୁରେଶ ମହାଲିଙ୍ଗ, ନେହେରୁ ବାଗ, ଭୂତନାଥ ନାଏକ, ବାହାଦୁର ନନ୍ଦ, ସୁନୀଲ ଦାସ, ସୁଦିପ ସା, ଆନନ୍ଦ ମେହେର, ଗୌତମ କୁଅଁର, ସୋମନାଥ ପଧାନ, ରିଲୁ ପଣ୍ଡା, ଜମିଦାର ପାତ୍ର ସହ ବିଜେପି ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l