-+91-9937148622 |

prerana_bgr@rediffmail.com |

  Friday 28th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||      ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   (27-Aug-2026)       ||      ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   (27-Aug-2026)       ||      ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   (27-Aug-2026)       ||     

HOME   ଜିଲ୍ଲା

ସମ୍ପତ୍ତି ତାଲିକା ପ୍ରସଙ୍ଗରେ ବିଜେଡି ନେତା ଅରୁଣ ଦେଙ୍କ ପ୍ରେସମିଟ୍‌: ପଦକ୍ଷେପ ସ୍ବାଗତଯୋଗ୍ୟ, କିନ୍ତୁ ସନ୍ଦେହ ଓ ଦ୍ବନ୍ଦ୍ବ ରହିଛି

31-Dec-2020



ବାଲେଶ୍ବର (ପ୍ରେରଣା ଖବର): ପ୍ରତିବର୍ଷ ନେତା ଓ ସରକାରୀ ବାବୁମାନଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବା ନେଇ ରାଜ୍ୟ ସରକାରଙ୍କ ନି‌ଷ୍ପତ୍ତିକୁ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ ସ୍ବାଗତ କରିଛନ୍ତି। ମାତ୍ର ଏହାର କାର୍ଯ୍ୟକାରିତା ଏବଂ ଉଦ୍ଦେଶ୍ୟ ପୂରଣ ହେବା ନେଇ ତାଙ୍କ ମନରେ ସନ୍ଦେହ ଏବଂ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଛନ୍ତି। ଶ୍ରୀ ଦେଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। ଏନେଇ ବୁଧବାର ସକାଳେ ଶ୍ରୀ ଦେ ବାଲେଶ୍ବର ସହର ମଲ୍ଲିକାଶପୁରଠାରେ ଥିବା ତାଙ୍କ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡକାଇ କହିଥିଲେ, ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ ଏବଂ ଐତିହାସିକ। ପୂର୍ବରୁ ଏଭଳି ନିଷ୍ପତ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ମଧ୍ୟ ହୋଇଥିଲା। ଏବେ ଏହି ନିୟମକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଫଳରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମେତ ତୃଣମୂଳସ୍ତରରୁ ବିଧାୟକ, ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କର ସମ୍ପତ୍ତି ତାଲିକା ସରକାରଙ୍କୁ ପ୍ରଦାନ କରିବେ। ତେବେ ଏଥିରେ ବିବିଧତା ରହିଥିବା ବେଳେ କିନ୍ତୁ ଦଣ୍ଡ ବିଧାନ କରାଯାଇନାହିଁ। ତେଣୁ ଏହା କେବେବି ଲକ୍ଷ୍ୟ ହାସଲ କରିପାରିବ ନାହିଁ। ଦୁର୍ନୀତିର ଚେର ଏତେ ଭିତରକୁ ଲମ୍ବିଛି ଯେ, ଏଥିରେ ନା ସରକାରୀସ୍ତରରେ ନା ନେତାଙ୍କସ୍ତରରେ ଆଦୌ ଦୁର୍ନୀତି ଲୋପ ପାଇପାରିବ ନାହିଁ। ଏହାଛଡ଼ା କାହାରି ମଧ୍ୟରେ ସାମାନ୍ୟତମ ଭୟ ମଧ୍ୟ ସଞ୍ଚାର କରିପାରିବ ନାହିଁ। ରାଜନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଦର୍ଶାଉଥିବା ସଂପତ୍ତି ତାଲିକାଠାରୁ ଅନେକ ଗୁଣାରେ ସେମାନଙ୍କର ବେନାମୀ ସମ୍ପତ୍ତି ରହିଛି। ଯାହାର ହିସାବ କାହାରି ପାଖରେ ନାହିଁ। ସେମାନେ ପ୍ରଥମେ ସରକାରଙ୍କ ଏହି ନିଷ୍ପତ୍ତିକୁ ମାନିବେ ନାହିଁ। ରାଜ୍ୟରେ କେବଳ ଜଣେ ପାଠକ୍‌ ନୁହେଁ, ବାଲେଶ୍ବରଠାରୁ ଆରମ୍ଭ କରି ସାରା ରାଜ୍ୟରେ ଅନେକ ପାଠକ୍‌ ରହିଛନ୍ତି ଯେଉଁମାନଙ୍କୁ ଧରିବା ପାଇଁ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି। ଯଦି ଏହା କରା ନଯାଏ ତେବେ ସରକାରଙ୍କ ଏହି ବିଲ କେବେବି ଉଦ୍ଦେଶ୍ୟ ସାଧିତ କରିପାରିବ ନାହିଁ ବୋଲି ଶ୍ରୀ ଦେ କହିଥିଲେ। ଏହାଛଡା କେନ୍ଦ୍ର ସରକାର ମଧ୍ୟ ଏହି ନିୟମକୁ ପାଳନ କରିବାର ଅାବଶ୍ୟକତା ରହିଥିବା ସେ କହିଥିଲେ। ପୂର୍ବରୁ ୨୦୧୪ରେ ମୋଦୀ ସ୍ବଚ୍ଛତା ଦର୍ଶାଇ ନିଜେ ଖାଇବେ ନାହିଁ କିମ୍ବା କାହାରିକୁ ଖାଇବାକୁ ଦେବେ ନାହିଁ ନୀତିରେ ଚାଲିଥିଲେ। ହେଲେ ଏବେ ସେ ନିଜେ ଖାଉଛନ୍ତି ଏବଂ ଅନ୍ୟକୁ ଖାଇବାକୁ ସୁଯୋଗ ଦେଉଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ନେତା ଓ ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିବା ନେଇ ନିଷ୍ପତି ନେବାର କୌଣସି ଅାବଶ୍ୟତା ମଣୁନାହାନ୍ତି ଶ୍ରୀ ଦେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରଞ୍ଜନ ବାଗ, ଶାନ୍ତନୁ ଦାସ, ବିଷ୍ଣୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026
  ଜିଲ୍ଲା  
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   28-Aug-2026
  ରାଜ୍ୟ  
ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   28-Aug-2026
  ଜିଲ୍ଲା  
ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   28-Aug-2026
  ଜିଲ୍ଲା  
୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   28-Aug-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   28-Aug-2026
  ଜିଲ୍ଲା  
କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   28-Aug-2026
  ଜିଲ୍ଲା  
*ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   27-Aug-2026

You Might Also Like