-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ବୁର୍ଡl ପଂଚାୟତ ଅନ୍ତର୍ଗତ ବୁର୍ଡl ସରକାରୀ ପ୍ରାଥମିକ ବିଦ୍ୟାଳୟ ତଳିପଡ଼ା ଠାରେ ଆଜି ପ୍ରବଳ ବର୍ଷା ହେବାରୁ ସ୍କୁଲ ପରିସରରେ ଆଣ୍ଠୁଏ ପାଣି ସହିତ କ୍ଲାସ ଭିତରକୁ ପାଣି ପ୍ରବେଶ କରିଥିଲା ଯାହାଫଳରେ ଛାତ୍ରଛାତ୍ରୀ ମାନେ ପଢିବାରେ ଘୋର ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଖବର ପାଇ ପ୍ରଥମେ ସ୍ଥାନୀୟ ସରପଞ୍ଚ ସୁଦିପ ସା ଉକ୍ତ ସ୍ଥାନକୁ ପହଂଚି ଦେଖିଥିଲେ l ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିର୍ମଳା ବାଗ ଓ ସ୍କୁଲ କମିଟି ଲୋଇସିଂହା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ l ଏହି ବିଦ୍ୟାଳୟ ରେ ପାଖାପାଖି 70 ଜଣ ଛାତ୍ରଛାତ୍ରୀ ପଢୁଛନ୍ତି l ସ୍କୁଲ ର ଅବସ୍ଥା ଶୋଚନୀୟ ହେବାରୁ ପ୍ରାର୍ଥନା ପରେ ଛାତ୍ରଛାତ୍ରୀ ଙ୍କୁ ଛୁଟି ଘୋଷଣା କଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ l ବର୍ତମାନ ତ ଏମିତି ଆଗକୁ ଆହୁରି ବର୍ଷା କିଭଳି ସ୍କୁଲରେ ପଢିପାରିବେ ଛାତ୍ରଛାତ୍ରୀ ଏ ଦିଗରେ ପ୍ରଶାସନ ଦୃଷ୍ଟିଦେବା ଆବଶ୍ୟକ l