-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||     

HOME   ଜିଲ୍ଲା

ରାଜ୍ୟସଭାରେ  ନକଲି ଏସସି /ଏସଟି  ଏବଂ ଜାଲଜାତି ପ୍ରମାଣପତ୍ରଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗର୍ଜିଲେ  ରାଜ୍ୟସଭା ସାଂସଦ 

06-Aug-2024



ବଲାଙ୍ଗିର《ପ୍ରେରଣା ଖବର 》ନକଲି ଅନୁସୂଚିତ ଜାତି ଏବଂ ନକଲି ଅନୁସୂଚିତ ଜନଜାତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ l ବିଶେଷକରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟ ପାଇଁ ଭାରତର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କର ସାମାଜିକ ଅର୍ଥନୈତିକ  ବିକାଶ ପାଇଁ ସଂରକ୍ଷଣ ସୁବିଧା ରହିଛି l
ସାଂସଦ ଶ୍ରୀ ବିଶି  ଉଦବେଗ ପ୍ରକାଶ କରିଥିଲେ ଯେ ନକଲି ଅନୁସୂଚିତ ଜାତି ଏବଂ ନକଲି ଅନୁସୂଚିତ ଜନଜାତିର ଲୋକ ଜାଲ ଜାତି ପ୍ରମାଣପତ୍ର ମାଧ୍ୟମରେ ଉକ୍ତ ସମ୍ପ୍ରଦାୟର ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ  ସାମ୍ବିଧାନିକ ସୁବିଧାସୁଯୋଗ ଅକ୍ତିଆର କରୁଛନ୍ତି l ଫଳରେ ପ୍ରକୃତ ଏସସି ଏସଟି ପ୍ରାର୍ଥୀ  ଉଚ୍ଚଶିକ୍ଷା, ନିଯୁକ୍ତି, ପଦୋନ୍ନତି ଏବଂ ଲୋକ ପ୍ରତିନିଧି ପଦବୀରେ ଥିବା ସଂରକ୍ଷଣ ସୁଯୋଗରୁ ବଞ୍ଚିତ ହେଉଛନ୍ତି l ନକଲି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରାର୍ଥୀ ମାନେ ଜାଲ ଜାତିପ୍ରମାଣପତ୍ର ଦ୍ୱାରା ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ସୁବିଧାଗୁଡ଼ିକୁ ଉପଭୋଗ କରୁଛନ୍ତି l ନକଲି ଅନୁସୂଚିତ ଜାତି ଓ ନକଲି ଅନୁସୂଚିତ ଜନଜାତି କେବଳ ଦେଶର ଏସସି ଏବଂ ଏସଟି ସମ୍ପ୍ରଦାୟ ପାଇଁ କରାଯାଇଥିବା ସଂରକ୍ଷଣ ସୁବିଧା ଛଡ଼ାଇ ନେଉ ନାହାଁନ୍ତି ବରଂ ଏହାଦ୍ୱାରା ସାମାଜିକ ଅନ୍ୟାୟ ଏବଂ ଅସମାନତାକୁ ବୃଦ୍ଧି କରୁଛନ୍ତି ବୋଲି ସାଂସଦ ଶ୍ରୀ ବିଶି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ l ଜାଲ ଜାତି ପ୍ରମାଣ ପତ୍ର ଦ୍ୱାରା ପ୍ରକୃତ ଏସସି/ଏସଟି ପ୍ରାର୍ଥୀମାନେ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଏବଂ ଦେଶର ମୂଖ୍ୟସ୍ରୋତରେ ସାମିଲ ହୋଇପାରୁ ନାହାନ୍ତି l 
ଏହା ବ୍ୟତୀତ, ସାଂସଦ ଶ୍ରୀ ବିଶି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଭାରତର ସମ୍ବିଧାନର ଜନକ ବାବାସାହେବ ଭୀମ ରାଓ ଆମ୍ବେଦକର, ଏସସି/ଏସଟି ସମ୍ପ୍ରଦାୟ ପାଇଁ ଶିକ୍ଷା, ନିଯୁକ୍ତି, ପଦୋନ୍ନତି ଏବଂ ରାଜନୈତିକ ପଦବୀରେ ପ୍ରତିନିଧିତ୍ୱ ସକାଶେ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ଯାହା ଉକ୍ତ ସମ୍ପ୍ରଦାୟ ର ଲୋକ ଦେଶର ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଥିଲା। କିନ୍ତୁ ଜାଲ ଜାତି ପ୍ରମାଣପତ୍ର ଦ୍ୱାରା ମୂଳ ଏସଟି ଏସସି ସମସ୍ତ ସଂରକ୍ଷଣ ସୁବିଧା ସୁଯୋଗରୁ ବହୁ ଦୂରରେ ରହି ଯାଉଛନ୍ତି, ଏବଂ ସମ୍ବିଧାନର ଲକ୍ଷ ଏବଂ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ l ତେଣୁ ଜାଲ ଜାତିସାର୍ଟିଫିକେଟ୍ ମାମଲାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ବିଶି ସରକାର ଙ୍କୁ ଦାବୀ କରିଥିଲେ । ଜାଲ ଜାତି ପ୍ରମାଣପତ୍ର ଗୁଡିକୁ ରଦ୍ଧ କରିବା ସହିତ  ନକଲି ଅନୁସୂଚିତ ଜାତି ଓ ନକଲି ଅନୁସୂଚିତ ଜନଜାତି ତଥା ଜlଲଜାତି ପ୍ରମାଣପତ୍ରଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ସାଂସଦ ଶ୍ରୀ ବିଶି ଦାବି କରିଛନ୍ତି। ଏହାଦ୍ୱାରା  ପ୍ରକୃତ ଏସସି ଏବଂ ଏସଟି ମାନଙ୍କୁ ସେମାନଙ୍କର ସାମ୍ବିଧାନିକ ମୌଳିକ ଅଧିକାର ମିଳିବ ଏବଂ ଦେଶର ମୂଖ୍ୟସ୍ରୋତରେ ଏସସି ଏସଟି ସମ୍ପ୍ରଦାୟର ଲୋକ ସାମିଲ ହୋଇପାରିବେ ବୋଲି ଶ୍ରୀ ବିଶି ଦାବୀ ଉପସ୍ଥାପନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026

You Might Also Like