-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
06-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଡାବୁଗାଁ ସଦର ମହକୁମା ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ କୁକୁର ମୁଣ୍ଡରେ ଲାଗିଥିଲା ପ୍ଲାଷ୍ଟିକ ଡବା ଦେବଦୂତ ସାଜି ମୃତ୍ୟୁମ୍ମୁଖରୁ କୁକୁରକୁ ଉଦ୍ଧାର କଲେ ଡାବୁଗାଁ ଏମବିକେ ଦିଦି ଏଵଂ ଅଗ୍ନିଶମ ବିଭାଗ ।ସୂଚନାଯୋଗ୍ୟ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଗୋଟିଏ ବୁଲା କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଡବା ଲାଗି ଯାଇଥିଲା,ସେ ଡବାକୁ କାଡ଼ିବ ପାଇଁ ବହୁତ ଚେଷ୍ଟା କରି ବିଫଳ ହଇ ମୃତୁ ସହ ସଂଘର୍ଷ କରୁଥିଲା। ଏହା ଦେଖି ଡାବୁଗାଁ ମିଶନ ଶକ୍ତିର ଏମବିକେ ଦିଦି ପ୍ରିୟଦର୍ଶିନୀ ପାତ୍ର କୁକୁର ପାଖକୁ ଯାଇ ଡବା କିଢିଵା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ଡବା ନ ବାହାରିବାରୁ। ଫୋନ ଯୋଗେ ଡାବୁଗାଁ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ଏହା ପରେ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ ମୁଖ୍ୟ ହିମାଂଶୁ ଶେଖର ନାୟକଙ୍କ ସହ ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଆସିଲେ। ଏଵଂ କୁକୁରକୁ ଆୟତ୍ତ କରି ପ୍ଲାଷ୍ଟିକ ଡବା ବାହାର କରି କୁକୁରର ଜୀବନ ବଞ୍ଚାଇଲେ।ଯାହାବି ହେଉ ଆଜି କୁକୁର ପାଇଁ ଦେବଦୂତ ସାଜିଲେ ମିଶନ ଶକ୍ତିର ଏମବିକେ ଦିଦି ଏଵଂ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ।