-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବିକାଶ ଠୁ ବହୁ ଦୂରରେ ବାଲମାହା, ଡାମେରୀ ଗ୍ରାମ : ସନ୍ଧ୍ୟା ହେଲେ ତାଟି କବାଟ ପଡ଼ିଯାଏ : ଡ଼ିବିରୀ ଆଲୁଅ ସାହା ଭରସା

04-Aug-2024



କନ୍ଧମାଳ(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଅନେକ ଗ୍ରାମକୁ ରାସ୍ତା ନାହିଁ । ଆଉ ଦିନ କେଇଟା ପରେ ସାରା ଦେଶ ୭୭ ତମ ସ୍ବାଧୀନତା ଦିବସ ପାଳିବ; କିନ୍ତୁ ଏମିତି ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ନାହିଁ କି କେହି ପାଠ ପଢିନାହାନ୍ତି, ଏପରିକି ଅଙ୍ଗନବାଡି କି ସ୍କୁଲ ପିଣ୍ଡା ମଧ୍ୟ ମାଡ଼ି ନାହାନ୍ତି। ଗାଁରେ କେତେକ ବୟସ୍କ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ବସ୍ କି ଗାଡିରେ ବସିନାହାନ୍ତି । ଏଭଳି ଦୁଇଟି ଗ୍ରାମ ହେଉଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତର ବାଲମାହା ଓ ଡାମେରୀ। ଏହି ଦୁଇ ଗ୍ରାମ ପାହାଡ ଉପରେ ରହିଛି। ଗାଁକୁ ଯିବାକୁ ହେଲେ ଟେଙ୍ଗେରୀ ଦେଇ ତଣ୍ଡାପଦର ଯାଇ ସେଠାରୁ ମୋଟରସାଇକଲ କିମ୍ବା ଅନ୍ୟ ଯାନ ରଖି  ପ୍ରାୟ ୫ କିମିରୁ ଅଧିକ ରାସ୍ତା ଚାଲିଚାଲି ଯିବାକୁ ପଡ଼ିବ । ପ୍ରଥମେ ଏକ ଛୋଟିଆ ନାଳ ଅତିକ୍ରମ କରିବା ପରେ ପାହାଡ ଚଢିଚଢି ଗ୍ରାମକୁ ଯିବାକୁ ପଡ଼େ । ଦୁଇ ଗ୍ରାମକୁ ରାସ୍ତା ନ ଥିବାରୁ ସାଇକଲରେ ଯିବା କଷ୍ଟକର। ଏହି ଦୁଇ ଗ୍ରାମରେ ପ୍ରାୟ ୧୮ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ହେଲା ଧାନ ଚାଷ । ଏଠାରେ କୌଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ  କି'  ଗ୍ରାମବାସୀ ମାନେ ବାହାରକୁ କୁଆଡ଼େ ଯାଉନାହାନ୍ତି। ପାହାଡ଼ ଉପରେ ରହୁଥ‌ିବାରୁ ଯିବା ଆସିବାରେ ଅଧିକ ସମୟ ଚାଲିଯିବ ଭାବି ଗ୍ରାମବାସୀ କାମ କରିବାକୁ ମଧ୍ୟ ବାହାରକୁ ଯାଉନାହାନ୍ତି। ଗର୍ଭବତୀ ଚିକିତ୍ସାଳୟକୁ ନଯାଇ ଘରେ ପ୍ରସବ କରନ୍ତି। କାହାର ଦେହ ଖରାପ ହେଲେ ଦେଶୀ ଚିକିତ୍ସା କରନ୍ତି। ଦୁଇ ଗ୍ରାମରେ ପ୍ରାୟ ୨୦ରୁ ଅଧିକ ୩ବର୍ଷରୁ୧୫ ବର୍ଷ ବୟସ୍କ ପିଲା ଅଛନ୍ତି। ସଂଜିବ ମାଝୀ( ୮), ସମର ମାଝୀ (୬), ଉର୍ଷ ମାଝୀ,ଅଚିତା ମାଝୀ(୪), ଅନିମ କହଁର (୮) ବର୍ଷ ଭଳି ଅନେକ ଶିଶୁ ଗ୍ରାମରେ ରହିଥିଲେ ସୁଦ୍ଧା ଗ୍ରାମର କୌଣସି ପିଲା ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କିମ୍ବା ବିଦ୍ୟାଳୟ ପିଣ୍ଡା ମାଡ଼ିନାହାନ୍ତି । ଦୁଇ ଗ୍ରାମର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅପାଠୁଆ। ଗ୍ରାମବାସୀଙ୍କ କହିବାନୁସାରେ ଗାଁ ପାଖରେ ସ୍କୁଲ ନାହିଁ I ପାଠ ପଢିବାକୁ ହେଲେ ବଣ ପାହାଡ଼ ଦେଇ ୭କିମିରୁ ଅଧିକ ରାସ୍ତା ଗୁମୁଡୁମାହାକୁ ଯିବାକୁ ପଡିବ । ପାଖରେ ବିଦ୍ୟାଳୟ ନାହିଁ । ତେଣୁ ପାଠ ପଢିବାକୁ ଯାଇନୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏହି ଗ୍ରାମର ସମସ୍ତ ପରିବାର ଆଦିବାସୀ; କିନ୍ତୁ ସେମାନଙ୍କ ପାଖରେ ଜାତି ପ୍ରମାଣପତ୍ର ଓ ଜମି ପଟ୍ଟା ନାହିଁ । ଏମାନଙ୍କ ସବୁଦିନିଆ ଖାଦ୍ୟ ହେଉଛି ପେଜ ଭାତ, ଲୁଣ ଓ ଲଙ୍କାଗୁଣ୍ଡ । ଗାଁରେ ପାନୀୟ ଜଳର ସୁବିଧା ନାହିଁ। ଗ୍ରାମବାସୀ ଚୁଆ ଖୋଳି ପାଣି ବ୍ୟବହାର କରନ୍ତି। ଗ୍ରାମରେ ବିଜୁଳି ନାହିଁ, ସନ୍ଧ୍ୟା ହୋଇଗଲେ ଗାଁରେ ଡିବିରି ଆଲୁଅ ଭରସା। ସନ୍ଧ୍ୟା ହୋଇଗଲେ ତାଟି କବାଟ ପଡ଼ିଯାଏ। ଦୁଇ ଗ୍ରାମରେ ବିକାଶର ଛିଟା ପଡିନାହିଁ ବୋଲି ବାଲିମାହା ଗ୍ରାମର ସାଇନ୍ଦ ମାଝୀ, ଦାନୁଲି ମାଝୀ, ବେଲାସନ ମାଝୀ, ବାଜାଲି ମାଝୀ, ନିକନ୍ତି ମାଝୀ, ଖୁଦ ମାଝୀ, ସୁରେନ୍ଦ୍ର ମାଝୀ ଏବଂ ଓଡାମେରୀ ଗ୍ରାମର ରଙ୍ଗା ମଲିକ, ଲିମା ମାଝୀ କହିଛନ୍ତି, ଗ୍ରାମରେ ସେମାନେ ଜେଜେବାପା ଅମଳରୁ ୬୦ ବର୍ଷ ଧରି ରହିଆସୁଛନ୍ତି; କିନ୍ତୁ ଗ୍ରାମକୁ କୌଣସି ସରକାରୀ ସୁବିଧା ପହଞ୍ଚି ନାହିଁ। ଗାଁରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ମଧ୍ୟ ପଡିନାହିଁ I ଆମେ ପାଠ ପଢିନୁ କି ଆମ ପିଲାମାନେ ପାଠ ପଢି ନାହାନ୍ତି । ନିର୍ବାଚନ ସମୟରେ ବି କୌଣସି ନେତା ଆମ ଗାଁକୁ ଆସନ୍ତି ନାହିଁ । ତଥାପି ଆମେ ନିର୍ବାଚନ ସମୟରେ ଭୋଟ ଦେଉଛୁ। ଗାଁର ସମସ୍ୟା ସମ୍ପର୍କରେ  କହିଛନ୍ତି ଗ୍ରାମ ଦୁଇଟି ପାହାଡ଼ ଉପରେ ରହିଛି। ତଣ୍ଡପଦରଠାରୁ ଗ୍ରାମକୁ ଯିବା ରାସ୍ତାରେ ମନରେଗାରେ ମାଟି ପକାଯାଇଛି। ଗ୍ରାମକୁ ପୂରା ମାଟି ପକାଇଲେ ବି କିଛି ଲାଭ ହେବନି। କାରଣ ଗୋଟିଏ ବର୍ଷାରେ ମାଟି ଧୋଇଯିବ। ରାସ୍ତା ନଥିବାରୁ ଗ୍ରାମକୁ ଯାତାୟାତ କରି ହେଉନି । ଗାଁକୁ ରାସ୍ତା ହେବା ପରେ ଅନ୍ୟ ସବୁ ସୁବିଧା ଯୋଗାଇବୁ ବୋଲି ପରମପାଙ୍ଗା ସରପଞ୍ଚ ରଜନୀ ମଳିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like