-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
ବରଗଡ଼(ପବିତ୍ର ମେହେର): ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ର ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସଂସ୍ଥା ଟ୍ରଷ୍ଟ ତରଫରୁ ଆୟୋଜିତ ପ୍ରତିଯୋଗୀତାରେ ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ ୩୫ ଜଣ ଶିକ୍ଷାର୍ଥୀ ଅଂଶ
ଗ୍ରହଣ କରିଥିଲେ।ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଜିତ ଖମାରୀଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶ, ଆଜୀବନ ସଦସ୍ୟ ପରିବେଶବିତ୍ ସଞ୍ଜୟ ଖମାରୀ, ଆଜୀବନ ସଦସ୍ୟ ପ୍ରକୃତିପ୍ରେମୀ ଦୟାନିଧି ପ୍ରଧାନ, ଆଜୀବନ ସଦସ୍ୟ
ବୃନ୍ଦାବନ ବେହେରା,ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ଦେହେରୀ ଯୋଗଦାନ କରି ପ୍ରତିଯୋଗୀତା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ। ଆସନ୍ତା ସ୍ଵାଧୀନତା ଦିବସରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦାଶ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ନୈମିଶ କୁମାର ଭୋଇ, ମୋତିଲାଲ ସାହୁ ଓ ଗୁରୁମା ହୋମବତୀ ମହାକୁର, ସୁଦୀପ୍ତା ବେହେରା, ପୂଜା ସାହୁ, ଭୂମିକା ଭୋଇ, ଐଶ୍ବର୍ଯ୍ୟା ଭୋଇ ସକ୍ରିୟ ସହଯୋଗ କରିଥିଲେ।