-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2024
କଣ୍ଟାମାଳ(ଜୟ କୁମାରମହାରଣା): କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଢେକଲମୁଣ୍ଡା ଯାଇଥିବା ପଞ୍ଚାୟତ ରାସ୍ତା ଶୋଚନୀୟ ହୋଇ ପଡିଛି l ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହୋଇଥିବାରୁ ବର୍ଷା ଦିନରେ ପାଣି ଜମି ରହୁଛି l ଫଳରେ ରାସ୍ତାରେ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇପଡିଛି l ଏହି ରାସ୍ତାରେ ପଞ୍ଚାୟତ କାର୍ଯ୍ୟାଳୟ, ହାଇସ୍କୁଲ ଓ ଛାତ୍ରୀନିବାସ ରହିଛି l ଜଳସେଚନ ବିଭାଗ ପକ୍ଷରୁ
ପୋଖରୀର ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରାଯାଉ ଥିବାରୁ ପଞ୍ଚାୟତ ଛକରୁ ହାଇସ୍କୁଲ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱରେ ଅସମ୍ପୂର୍ଣ ଓ ମୁକ୍ତ ଅବସ୍ଥାରେ ରହିଛି l ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ବିପଦକୁ ନିମନ୍ତ୍ରଣ କରୁଛି l ବୃଦ୍ଧବୃଦ୍ଧାମାନେ ଭର୍ତ୍ତା ପାଇଁ ପଞ୍ଚାୟତକୁ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ଆସିବା ସମୟରେ ଭୟ ମନେ କରୁଛନ୍ତି l ବିଦ୍ୟାଳୟ କମିଟି ପକ୍ଷରୁ
ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ l ଉମା ପଞ୍ଚାୟତ ଛକରୁ ହାଇସ୍କୁଲ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କିମ୍ବା ଉକ୍ତ ଛକରୁ ଭାୟା ଢେକଲମୁଣ୍ଡା ଦେଇ ଆମ୍ବାଗାଁ ପଞ୍ଚାୟତର ଦେଢ଼େଣମାଳ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଗଲେ ରାସ୍ତା ଉପରେ ନିର୍ଭର କରୁଥିବା ବ୍ୟକ୍ତିବିଶେଷ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି l
《☆☆☆☆☆☆☆☆☆☆☆》