-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2024
କଣ୍ଟାମାଳ(ଜୟ କୁମାର ମହାରଣା ) କଣ୍ଟମାଳ ବ୍ଳକ ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ତତ୍ତ୍ଵାବଧାନରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରଥମ ଶ୍ରେଣୀରୁ ୩୫, ଦ୍ଵିତୀୟ ଶ୍ରେଣୀରୁ ୩୨, ୩ୟ ଶ୍ରେଣୀରୁ ୧୫, ଶିଶୁ ବର୍ଗରୁ ୪୫ ଓ ବାଳ ବର୍ଗରୁ ୧୭ଟି ଏପରି ମୋଟ ୧୪୪ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବେ କଣ୍ଟାମାଳ କଲେଜର ରସାୟନ ବିଜ୍ଞାନ ଅଧ୍ୟାପକ ସନ୍ସିତ ରଥ, ପଦାର୍ଥବିଜ୍ଞାନ ଅଧ୍ୟାପକ ଶିବଦତ୍ତ ପୁରୋହିତ, ମହନଗିରି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ବାରିକ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ବୁଲି ଦେଖି ପଚାରିଥିଲେ। ପୂର୍ବରୁ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ନିଳାଚଳ ଭୋଇ, ମୂଖ୍ୟବକ୍ତା ଭାବେ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା ଓ ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ସଭାପତି ଅଗସ୍ତୀ ମଲିକ,ସଂପାଦକ ରଂଜୀତ ରଣା ଓ କୋଷାଧ୍ୟକ୍ଷ ଦେବେନ୍ଦ୍ର ରଣା ଯୋଗ ଦେଇ ଅନୁଷ୍ଠାନିକଭାବେ ପ୍ରଦର୍ଶନୀ ମେଳାକୁ ଉଦଘାଟନ କରିଥିଲେ। ସମସ୍ତ କାର୍ଯ୍ୟରେ ଗୁରୁଜୀ, ଗୁରୁ ମାଁ ଓ ସେବକ,ସେବିକା ସହଯୋଗ କରିଥିଲେ।