-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||     

HOME   ରାଜ୍ୟ

କେଶଲପୁରା ଶିକ୍ଷକ ହତ୍ୟାମାମଲା: ଭିସେରା ଆସିବାକୁ ଆଉ କେତେ ମାସ ? ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହବିଭାଗ !

31-Jul-2024



ସୋନପୁର(ପ୍ରେରଣା ଖବର) ସୋନପୁର ଥାନାରେ ଋଜୁ କରି ତଦନ୍ତ କରାଯାଉଥିବା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ଅନ୍ତର୍ଗତ କେଶଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକ (୩୮) ହତ୍ୟାମାମଲାରର ତଦନ୍ତ ଭିସେରା ରିପୋର୍ଟ ଆସି ନଥିବାରୁ ଆଗେଇ ପାରୁନି। ଏଣୁ ମୃତକର ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ସଜବାଜ ହେଉଛନ୍ତି ।

ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୨୨ ତାରିଖ ସନ୍ଧ୍ୟାରେ ଘରୁ ବାଇକ୍ ରେ ବାହାରି ଉକ୍ତ ଶିକ୍ଷକ ଆଉ ଘରକୁ ଫେରି ନଥିଲେ । ରାତିହେବାରୁ ଘରଲୋକେ ଅଘଟଣ ଆଶଙ୍କା କରି ଖୋଜାଖୋଜି କରି ତାଙ୍କ ସହ ଫୋନ୍ ରେ ଯୋଗାଯୋଗ କରି କଥା ହୋଇଥିଲେ। ସେହି କଥାବାର୍ତ୍ତା ବେଳେ ମୃତକର ଅସ୍ବାଭାବିକ କଥା ଓ କେତେକ ସନ୍ଦେହଜନକ ଶବ୍ଦରୁ ଆଶଙ୍କା କରି ଏସପିଙ୍କୁ ମଧ୍ୟ ଜଣାଇଥିଲେ। ପରଦିନ ନଦୀଶଯ୍ୟାର ଅଳ୍ପପାଣିଖାଲରୁ ତାଙ୍କର ମୃତଦେହ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମେ ଉଦ୍ଧାର କରାଯାଇ ପୁଲିସ୍ କୁ ଖବର କ୍ରମେ ଡାକ୍ତରଖାନା ପଠାଯାଇ ପରେ ପୋଷ୍ଟମର୍ଟମ୍ କରାଯାଇଥିଲା । ସୋନପୁର ଥାନାରେ ପରିବାର ପକ୍ଷରୁ ଏତଲାକ୍ରମେ ଏକ ହତ୍ୟାମାମଲା (କେସ୍ ନ୦ ୧୯୭ /ତା ୨୩/୧୧/ ୨୦୨୩)ଋଜୁ କରି ତଦନ୍ତ ହେଉଛି । ତେବେ ଶବବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ନହେବାରୁ ବିଳମ୍ବରେ ଭିସେରା ପରୀକ୍ଷା ପାଇଁ ପଠାଯାଇଛି । ତେବେ ଅଦ୍ୟାବଧି ରିପୋର୍ଟ ଆସିନାହିଁ ।

ମୃତକର ଭାଇଭଉଣୀଙ୍କ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ଏଥିରେ ଦୀର୍ଘ ପ୍ରାୟ ଚାରିବର୍ଷ ଧରି ପତିପତ୍ନୀଙ୍କ ମଧ୍ୟରେ କଳହ ହିଁ କାରଣ ଓ ପତ୍ନୀଙ୍କ ହାତ ଥିବା ଅଭିଯୋଗ କରାଯାଇ ଆସୁଛି । ଏପରିକି ପୂର୍ବ ସରକାରଙ୍କ ଅମଳରେ ଏସପି, ଡିଆଇଜି, ଡିଜି, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲିଖିତ ଅଭିଯୋଗ ପଠାଯାଇଥିଲା ଓ କୌଣସି ଫଳ ନ ମିଳିବାରୁ ନୂତନ ସରକାରର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବାରୁ ଉଦ୍ୟମ ଆରମ୍ଭ ହୋଇଛି । ସେହିପରି ପତ୍ନୀଙ୍କ ପକ୍ଷରୁ ମଧ୍ୟ ଏହା ଏକ ହତ୍ୟାକାଣ୍ଡ ଓ ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବା କହି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବା ସହ ସାମ୍ବାଦିକସମ୍ମିଳନୀ କରିବାକୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେଣୁ ପୁଲିସ୍ ପକ୍ଷରୁ କିପରି ଶୀଘ୍ର ଭୁବନେଶ୍ବର ଏଫଏମଟିରୁ ଏହି ମାମଲାର ଭିସେରା ରିପୋର୍ଟ ଆସିବ, ସେଥିପାଇଁ ଦୃଷ୍ଟିଦେବାକୁ ସରକାରଙ୍କୁ ନିବେଦନ କରାଯାଉଛି ।

ଏଥିରେ ହିକୁଡି ଫାଣ୍ଡି ତଥା ପୁଲିସ୍ ର କେତେକ କର୍ମଚାରୀଙ୍କର ସମ୍ପୃକ୍ତି ରହିଥିବା ଅଭିଯୋଗ ସହ ଚର୍ଚ୍ଚା ହେଉଛି । ଅଧିକାରୀଙ୍କ ଅପେକ୍ଷା ଜଣେ ହୋମ୍ ଗାର୍ଡ ଓ ଜଣେ କନେଷ୍ଟବଳଙ୍କର ମାତ୍ରାଧିକ ସକ୍ରିୟତା ଓ ସେମାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ଘଣ୍ଟଘୋଡା ଅଭିଯୋଗ ହୋଇଛି । ମୃତକର ମୋବାଇଲ୍ ଟି ଅଦ୍ୟାପି ମିଳିନାହିଁ ଓ ଏହା ହିକୁଡି ଫାଣ୍ଡିର ଜଣେ ଗୃହରକ୍ଷୀ ଓ କନେଷ୍ଟବଳ ନେଇଯାଇ ଥିବା, କିଛି ଦିନ ପରେ ଫାଣ୍ଡି ଅଧିକାରୀଙ୍କ ସହ ତାଙ୍କ ଘରକୁ ଯାଇ ଜଣେ ଝିଅ ପାଖରେ ମୋବାଇଲ୍ ଟି ଅଛି କହିବା ଓ ଏଇ କିଛିଦିନତଳେ ଜଣେ ମହିଳା ଡିଏସପିଙ୍କ ସହ ତାଙ୍କ ଘରକୁ ଯାଇ ମୃତକର ପତ୍ନୀ ସ୍ବାମୀର ଡକୁମେଣ୍ଟ୍ ଓ ସେଠାରେ ରହିଥିବା ଦୁଇଟି ପିଲାମାନଙ୍କୁ ଆଣିବାକୁ ଯାଇ ହଟହଟା ହେବା ଇତ୍ୟାଦି ଘଟଣା ପୁଲିସ୍ କର୍ମଚାରୀଙ୍କ ଜଡିତ ଥିବା ସନ୍ଦେହକୁ ବଢାଇ ଦେଇଛି ।

ସର୍ବୋପରି ଉକ୍ତଦିନ କାହାର ଫୋନ୍ ପାଇ ମୃତଶିକ୍ଷକ ଜଣକ ଘରୁ ସନ୍ଧ୍ୟା ପ୍ରାୟ ୭ ଟା ବେଳେ ଏକାକୀ ବାଇକ୍ ନେଇ ବାହାରିଯାଇ ଆଉ ନ ଫେରିବା ଓ ମୃତ୍ୟୁପୂର୍ବର ସିଡିଆର ର ସଠିକ୍ ଯାଞ୍ଚ କରା ନଯିବା ସହ ନଦୀର ଅଘାଟରେ ବାଇକ୍ ଓ ମୃତଦେହକୁ କିଏ ନେଇ ପାଣିରେ ଫିଙ୍ଗିଥିଲା ଇତ୍ୟାଦି ଅନେକ ସନ୍ଦେହଜନକ ଘଟଣାର ତଦନ୍ତକୁ ଚପାଇ ଦିଆଯାଇଥିବା ଅଭିଯୋଗ ପ୍ରକାଶ ପାଇଛି । ଶବବ୍ୟବଚ୍ଛେଦ ରିପୋର୍ଟରେ ମୃତକର ପ୍ଲୀହା କୌଣସି ବାହ୍ୟ ଆଘାତରେ କ୍ଷତିଗ୍ରସ୍ତ ହେବା ଓ ଫୁସ୍ ଫୁସ୍ ରେ ପାଣି ପଶି ନଥିବା ବିଷୟ ଡାକ୍ତରଙ୍କ ସହ ଅନୌପଚାରିକ ଆଲୋଚନାରୁ ପ୍ରକାଶ । ତେଣୁ କାହାର ଏକ ପ୍ରଚଣ୍ଡ ମାଡରେ ସେ ମରିଗଲାପରେ ତାଙ୍କୁ ନେଇ ପାଣିରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । 

ଏହାକୁ ଉଭୟ ପରିବାରର ଲୋକେ ଓ ମୃତକର ପତ୍ନୀ ଓ ତାଙ୍କର ଜଣେ  ସମ୍ପର୍କୀୟା  ଏକ ହତ୍ୟାକାଣ୍ଡ ଓ ଏଥା ମଧ୍ୟ ଉକ୍ତ ପୁଲିସ୍ କର୍ମଚାରୀଙ୍କ ସନ୍ଦେହଜନକ ଆଚରଣ ଯୋଗୁଁ ଏହା ସେମାନେ ବା ଯେ କେହି ଘଟାଇଥିବା  ଅଭିଯୋଗ କରୁଥିବା ପ୍ରକାଶ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଥିବା ଗୃହବିଭାଗ ପକ୍ଷରୁ ପ୍ରଥମେ ଭିସେରା ରିପୋର୍ଟ ପଠାଇବାର ବ୍ୟବସ୍ଥା କରାଯିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026

You Might Also Like