-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )ଏଣିକି ନୂଆଁ ଆଇନ୍ ରେ ଅପରାଧୀ କୁ ବା ସଧାରଣ ଲୋକ ଙ୍କୁ ଆଉ ଦଣ୍ଡ ନୁହେଁ , ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ଵ ଦିଆଯିବ l ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ଜ୍ଞାନ କୌଶଳ ର ଅଗ୍ରଗତି ସହିତ ନୂଆଁ ଧରଣ ର ଅପରାଧ କୁ ଦୃଷ୍ଟି ରେ ରଖି ଆଜି ଦେଶ ରେ ନୂଆଁ ତିନୋଟି ଆଇନ ପ୍ରଣୟନ ର ଶୁଭାରମ୍ଭ ହୋଇଛି l ଯାହାକି ସମାଜ ର ଗରିବ ଅବହେଳିତ ଓ ସମ୍ବେଦନଶୀଳ ବର୍ଗ ଙ୍କୁ ଅଧିକ ସୁରକ୍ଷା ଦେବା ରେ ସହାୟକ ହେବ ବୋଲି ଆଜି ସୋନପୁର ଥାନା ରେ ଏକ ସଚେତନତା ସଭାରେ ନୂଆଁ ଥାନା ଅଧିକାରୀ ରମେଶ କୁମାର ମହାନା ପ୍ରକାଶ କରିଛନ୍ତି l ଏବଂ ଏ ସମସ୍ତ ନୂଆଁ ଆଇନ ବିଷୟରେ ସଭାରେ ଉପସ୍ଥିତ ସହର ର ସମସ୍ତ ଅନୁଷ୍ଠାନ ର ସଦସ୍ୟ, ସ୍ବେଚ୍ଛାସେବୀ, ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ଙ୍କୁ ବିସ୍ତାର ଭାବେ ବୁଝାଇଥିଲେ l ଆମ ପୋଲିସ କମିଟି ର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ପୁରୋଷୋତ୍ତମ ପାଣିଗ୍ରାହି ଙ୍କ ସମେତ ବଣିକ ସଂଘ ର ବରିଷ୍ଠ ସଦସ୍ୟ ଗୁଣନିଧି ମେହେର, ଜୟ କୃଷ୍ଣ ସା, ସଞ୍ଜୟ ରଏ, କାଉନସିଲର ପୀୟୂଷ ପଣ୍ଡା, ଗଙ୍ଗା ତରିଆ, ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ବୁଢ଼ାରଜା, ରମଧୁନ୍ କ୍ଳବ୍ ସମେତ ସହର ର ସମସ୍ତ କ୍ଳବ୍ ଓ ଅନୁଷ୍ଠାନ ର ସଦସ୍ୟ ସଭାରେ ଯୋଗ ଦେଇ ନିଜ ନିଜ ର ମତ ରଖିଥିଲେ l