-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ବଲାଙ୍ଗିର(ପ୍ରେରଣା ଖବର): ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତାର ବାଳିକା ବିଭାଗରେ ବଲାଙ୍ଗିରର ସାଂଚି ସିଂହ କୃତିତ୍ୱ ହାସଲ କରିଛନ୍ତି। ବଲାଙ୍ଗୀର ସ୍ଥିତ ଆର.ଏନ. ସିଂହଦେଓ ଷ୍ଟାଡିୟମରେ ଗତ ଜୁନ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଆୟୋଜିତ
ସନ୍ତରଣ ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ୩ଟି ପଦକ ହାସଲ କରିଛନ୍ତି ସାଂଚି ।
ସେ ପୂର୍ବରୁ ମଧ୍ୟ ସମ୍ବଲପୁର, ଭୁବନେଶ୍ୱରରେ ଆୟୋଜିତ ସନ୍ତରଣ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିଲେ । ସାଂଚି ହେଉଛନ୍ତି ବଲାଙ୍ଗିରର ଯୁବ ବ୍ୟବସାୟୀ ସୁନିଲ ସିଂହ ଓ ପ୍ରିୟଙ୍କା ସିଂହଙ୍କ କନ୍ୟା ଏବଂ ଅବସରପ୍ରାପ୍ତ ଶିକ୍ଷକ ତଥା ଓଡିଶା ଅଲମ୍ପିକ ଏସୋସିଏସନ ର ପୂର୍ବତନ ଉପସଭାପତି ଶତ୍ରୃଘନ ସିଂହଙ୍କ ନାତୁଣୀ । ସାଂଚି ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି l