-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )ସବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ଅଚାନକ ପରିଦର୍ଶନ କରିଛନ୍ତି ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା । ଏହି ସମୟରେ ଗତକାଲି ବାଇକ ଦୁର୍ଘଟଣାରେ ଆହତ ହୋଇ ଚମ୍ପାମାଳ ଗ୍ରାମର ରୋହିତ ହୋତା ନାମକ ଜଣେ ଯୁବକ ସୁବର୍ଣ୍ଣପୁର ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ବିଧାୟକ ଶ୍ରୀ ଜଗଦଲା ତାଙ୍କୁ ସାକ୍ଷାତ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପରେ ବିଧାୟକ ଶ୍ରୀ ଜଗଦଲା ଅନ୍ୟ ସମସ୍ତ ବିଭାଗ ବୁଲି ଚିକିତ୍ସାଧୀନ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚକରିବା ସହ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ସମସ୍ତ ପ୍ରକାର ଅବ୍ୟବସ୍ଥାର ତୁରନ୍ତ ସମାଧାନ ପାଇଁ ତାଗିଦ୍ କରିଥିଲେ । ଶ୍ରୀ ଜଗଦଲାଙ୍କ ଏହି ପରିଦର୍ଶନ ସମୟରେ ବୀରମହାରାଜପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ସୋମ୍ୟରଞ୍ଜନ ନାଏକ, ଜନାର୍ଦ୍ଦନ ଖମାରୀ ,ପ୍ରଭାସ ପଣ୍ଡା ,ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।