-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
19-Jun-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ ପରିକ୍ରମା ଶୁଭାରମ୍ଭ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧାରୁଆ, ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ କୁ ଶୁଭାରମ୍ଭ କରିଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଯୋଗ ଦେଇ ଜିଲ୍ଲା ରୁ ଶିଶୁ ଶ୍ରମିକ ଉଚ୍ଛେଦ କରିବା ସହ ଶିଶୁଙ୍କୁ କାମ ନାହିଁ ଶିକ୍ଷା ପ୍ରଦାନ ଜନ୍ମଗତ ଅଧିକାର ପ୍ରଦ କରିବାକୁ ଆହ୍ବାନ କରିଥିଲେ। ଏହି ଶୋଭାଯାତ୍ରା ରେ ମହିଳା ପୁରୁଷ ସାମିଲ ହୋଇ ଶିଶୁଙ୍କ ଭବିଷ୍ୟତ କାମନା କରି ଶିକ୍ଷା ଦାନ ବ୍ୟବସ୍ଥା ଏକମାତ୍ର ବିକଳ୍ପ ଅଟେ। ଶୋଭାଯାତ୍ରା ରେ ପ୍ଲାଏ କାର୍ଡ ଧରି ଶିଶୁ ଶ୍ରମିକ ଉଚ୍ଛେଦ କରିବା ନେଇ ସ୍ଲୋଗାନ ଦେଇଥିଲେ। ପ୍ରଥମେ ସଚେତନ କରିବା ସହ ଚଢାଉ କରି ଆବଶ୍ୟକ ଆଇନ ଦ୍ବାରା ଶିଶୁ ଶ୍ରମିକ ଉଚ୍ଛେଦ କରିବାକୁ ସଙ୍କଳ୍ପ ନେଇଥିଲେ।