-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
07-Jun-2024
ନବରଙ୍ଗପୁର:(-ମିହିର ଶଙ୍କର ପାତ୍ର,)
ଝରିଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଜାମ୍ବଗୁଡା ଠାରେ ମାଁ ସନାଦେଇଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ l ସୁଦୂର ବସ୍ତରଜିଲ୍ଲା ର ଖାଣ୍ଡା ଗ୍ରାମରୁ ମା ସନାଦେଇ ଜାମ୍ବଗୁଡା ଠାରେ ଅବସ୍ଥାନ କରି ଦୀର୍ଘ ବର୍ଷ ହେବ ପୂଜା ପାଇ ଆସୁଥିବା ଉପସ୍ଥିତ ଭକ୍ତ ବୃନ୍ଦ ବର୍ଣ୍ଣନା କରିଛନ୍ତି l ତେଣୁ ଅଧା ବସ୍ତର ଏବଂ ଅଧା ଓଡ଼ିଶାର ପରମ୍ପରା ରେ ମା ସନାଦେଇ ପୂଜା ପାଇ ଆସୁଛନ୍ତି l ସନାଦେଇ ମାତା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ, ଭକ୍ତ ମାଙ୍କ ପାଖରେ ଯାହା ମାନସିକ କରିଥାନ୍ତି ମା ସାଙ୍ଗେ ସାଙ୍ଗେ ଭକ୍ତ ଙ୍କ କାମନା ପୂରଣ କରିଥାନ୍ତି ବୋଲି ପୂଜକ ଦାଈମନ ପୂଜାରୀ ମୋତ ପ୍ରକାଶ କରିଥାନ୍ତି l ମା ସନାଦେଇ ଙ୍କ ଯାତ୍ରା ବର୍ଷକୁ ଦୁଇଥର ଅନୁଷ୍ଠିତ ହୋଇଥାଏ। ଦଶହରା ରେ ଥରେ ଏବଂ ଚୈତ୍ର ମାସରେ ଥରେ l ଲାଟି,ପାଲଙ୍କି, ବିମାନ,ନାଙ୍ଗରାବାଜା ମହରୀ ର ତାଲେ ତାଲେ ମାଁ ସୋନାଦେଇଙ୍କ ଆଶିଷ ଲାଭ କରିବା ପାଇଁ ଦୂରଦୁରାନ୍ତରୁ ଭକ୍ତଙ୍କ ଭିଡ଼ ଜମିଛି ଏହି ଯାତ୍ରା ରେ। ସନାଦେଇ ମାଁଙ୍କର ମୁଖ୍ୟ ଭକ୍ତ ନହଳୁ ସିରା , ପୂଜକ କୋମଲସାଏ ପୁଜାରୀ , ବୁଚନ୍ଦ ପନକା ଏଵଂ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ଶାନ୍ତି ଶୃଙ୍ଖଳାରେ ଯାତ୍ରା ଅନୁଷ୍ଠିତ ହେଲା।