-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
06-Jun-2024
ନୂଆପଡ଼ା - (ରାମନାଥ ପଣ୍ଡା )
ଦେଶ ସୁରକ୍ଷା ପାଇଁ ବର୍ତ୍ତମାନର ଯୁବ ପିଢ଼ି ଗୋଡ଼ କାଢିବା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ । ଆଠ ମାସ ପୂର୍ବେ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାରେ ସାମିଲ ହୋଇ ବିହାରର ରେଜିମେଣ୍ଟରେ ତାଲିମ ପ୍ରାପ୍ତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଦିଆନ ମୁଣ୍ଡା ଗ୍ରାମର ବିଶ୍ଵନାଥ ମାଝୀ,ଦେଓଦରା ଗ୍ରାମର ଖାମ ସିଂ ମାଝୀ ଓ ଗନିଆରି ଗ୍ରାମର ଦେବବ୍ରତ ମାଝୀ ।ସେମାନେ ଅଗ୍ନିବୀର ସୈନିକ ତାଲିମ ଗ୍ରହଣ ପରେ ଘର ବାହୁଡ଼ା ହୋଇଛନ୍ତି ।ତାଙ୍କୁ ନୂଆପଡ଼ା ଜିଲ୍ଲା ଅବସର ଆର୍ମି ସଂଘ ପକ୍ଷରୁ ନୂଆପଡ଼ା ରେଳ ଷ୍ଟେସନଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଆଦିବାସୀ ଯୁବକ ମାନେ ଦେଶ ସେବା କରିବାର ସୁଯୋଗ ପାଇଥିବା ବେଳେ ତାଙ୍କ ସଫଳ ତାଲିମ ସମାପ୍ତ କରିଥିବାକୁ ନେଇ ଅନେକ ସ୍ଥାନରୁ ଶୁଭେଛା ଜଣାଇଛନ୍ତି।ଆଗାମୀ ଦିନରେ ଦେଶ ସୁରକ୍ଷା ଦାୟୀତ୍ୱ ତାଙ୍କ ଜୀବନର ବ୍ରତ ହୋଇଯିବ । ନୂଆପଡ଼ା ଠାରେ ୟୋଗି ରାମ ସାହୁ, ରମେଶ ସାହୁ, ରାକେଶ ଶ୍ରୀବାସ୍ତବ, କ୍ରିଷ୍ଣା ଅର୍ଜୁନ ସିଂ,ବିନୋଦ ବିହାରୀ ପ୍ରଧାନ, ଭାରତ ମାଝୀ ପ୍ରମୁଖ ଫୁଲ ତୋଡା ଦେବାସହ ମାଲ୍ୟାର୍ପଣ କରି ସ୍ବାଗତ ଜଣାଇଛନ୍ତି। ଜିଲ୍ଲାର ଯୁବପିଢିକୁ ଦେଶ ମାତୃ ସେବା ନିମନ୍ତେ ଏହି ଅଗ୍ନିବୀର ସୈନ୍ୟ ସେବା ଏବଂ ଉପରୋକ୍ତ ତାଲିମ ପ୍ରାପ୍ତ ମାଝୀ ସୈନ୍ୟଙ୍କ ଯୋଗଦାନ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।