-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
ଗଞ୍ଜାମ, ବୁଗୁଡା,: ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ସହର ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶରେ ବନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ଇକୋ ପାର୍କର ଅଗ୍ରଗତି ସମୀକ୍ଷା କରିବା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ଡିସେମ୍ବର ୨୬ ତାରିଖ ଦିନ ପରିଦର୍ଶନରେ ଆସିଥିଲେ। ଡିଏଫଓ ଶ୍ରୀ ବେହୁରା ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ଇକୋ ପାର୍କର ଅଗ୍ରଗତି ନେଇ ଆଲୋଚନା କରିବା ସହ ଆସନ୍ତା ୨୦୨୨ ଜାନୁୟାରୀ ମାସ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରକାଶ କରିଥିଲେ। କାଷ୍ଠ କୋଣାର୍କ ଭାବେ ପରିଚିତ ବୁଗୁଡା ସହର ନିକଟବର୍ତ୍ତୀ ବୁଦ୍ଧଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବୁଦ୍ଧଖୋଲର ପଞ୍ଚମହାଦେବଙ୍କୁ ଦର୍ଶନ ଓ ବୌଦ୍ଧ ସ୍ମାରକୀ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଥାନ୍ତି। ଇକୋ ପାର୍କ ନିର୍ମାଣ ସରିଲେ ଆହୁରି ଅଧିକ ପର୍ଯ୍ୟଟକ ଆସି ବୁଦ୍ଧଖୋଲ ଓ ଇକୋ ପାର୍କ ପରିଭ୍ରମଣ କରି ଆତ୍ମସନ୍ତୋଷ ଲାଭ କରିବେ। ଆଜିର ଏହି କାର୍ଯ୍ୟକ୍ରମରେ ଡିଫଓ ଶ୍ରୀ ବେହୁରା ଓ ରେଞ୍ଜର ଶ୍ରୀ ବେହେରାଙ୍କ ସହ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ସମ୍ପାଦକ ବିଶ୍ୱମୋହନ ମିଶ୍ର ଓ ଯୁଗ୍ମସମ୍ପାଦକ ଗଙ୍ଗାଧର ବିଷୋୟୀ ଯୋଗ ଦେଇଥିଲେ।