-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ମାନବ ସେବାକୁ ଜୀବନ ର ବ୍ରତ ଭବରେ ଗ୍ରହଣ କରିଛନ୍ତି ସାହସୀ ଡାକ୍ତରାଣୀ ସ୍ଵସ୍ତିରେଖା

08-May-2024



ବଲାଙ୍ଗିର (ଚିତ୍ରସେନ ବେହେରା ): ଡାକ୍ତର ମାନଙ୍କୁ ମଣିଷ ରୂପୀ ଭଗବାନ ତଥା ଦ୍ୱିତୀୟ ଭଗବାନ ବୋଲି କୁହା ଯାଇଥାଏ। ଜଣେ ଦ୍ୱିତୀୟ ଭଗବାନ ହେବାର ସମସ୍ତ ଯୋଗ୍ୟତା ରହିଛି ଜଣାଶୁଣା ଡାକ୍ତର ସ୍ୱସ୍ତିରେଖା ନାୟକଙ୍କ ନିକଟରେ। ସେ କେବଳ ଡାକ୍ତର ନୁହନ୍ତି ଜଣେ ସମାଜସେବୀ ମଧ୍ୟ। ମାନବ ଜାତିର ସେବା କରିବା ପାଇଁ ତାଙ୍କର ତ୍ୟାଗ ଓ ନିଷ୍ଠାପର ମାନସିକତାକୁ ଯେତେ ପ୍ରଶଂସା କଲେ ବି କମ ହେଇଯିବ। ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ଜାରି ରହିଛି ତାଙ୍କର ସମାଜସେବା। ସର୍ବଦା ଦୁଃଖୀ ଦରିଦ୍ରଙ୍କର ସେବା ପାଇଁ ଆଗେଇ ଆସି ଜଣେ ଦରଦୀ ମଣିଷ ଭାବରେ ସେ ବେଶ ପରିଚିତ। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଏକ ଉଚ୍ଚ ବିଦ୍ୟାଳୟରେ ଡିସେମ୍ବର ୨୦୨୨ ରେ ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ଜାଭଲୀନ ଗଳି ଯାଇଥିଲା। ସେହି ସମୟରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ନାୟକ ପ୍ରଥମେ ପ୍ରାଥମିକ ଚିକିତ୍ସା କରିଥିଲେ ସେହି ଗୁରୁତର ଭାବରେ ଉଦ୍ଧାର ହେଇଥିବା ଛାତ୍ରଙ୍କୁ। ପରେ ଅପରେସନ ସମୟରେ ମଧ୍ୟ ଡାକ୍ତରୀ ଦଳରେ ସାମିଲ ରହି ସହାୟତା କରିଥିଲେ। ଡାକ୍ତରୀ ପାଠପଢା ସମୟରୁ ହିଁ ସେ ଅନେକ ଦୁର୍ଘଟଣାଗ୍ରସ୍ତଙ୍କୁ ରାସ୍ତାକଡରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇ ମାନବିକତାର ଉଦାହରଣ ସାଜିଛନ୍ତି। ବଲାଙ୍ଗିରରେ କାର୍ଯ୍ୟରତ ଥିବା ସମୟରେ ନଭେମ୍ବର ୨୦୨୩ ରେ ଛତାମଖନା ନିକଟ ରାସ୍ତାକଡରେ ଦୁର୍ଘଟଣାଗ୍ରସ୍ତ ହୋଇ ହାତ ଭାଙ୍ଗି ପଡି ରହିଥିବା ସଦର ବ୍ଲକ ଅନ୍ତର୍ଗତ ମନହୀରା ଗ୍ରାମର ଗଜିନ ବାଗଙ୍କୁ ଉଦ୍ଧାର କରି ନିଜ ଗାଡିରେ ହସ୍ପିଟାଲ ଆଣିବା ଏବଂ ଗତ ଏପ୍ରିଲରେ ଶଙ୍କରଭୋଜି ନିକଟରେ ବାଇକ ଆରୋହି ଦମ୍ପତି ଦୁର୍ଘଟଣାଗ୍ରସ୍ତ ହୋଇ ଉଭୟଙ୍କ ଗୋଡ ଭାଙ୍ଗି ଯାଇ ରାସ୍ତାରେ ପଡି ରହିଥିବା ଦେଖି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ଜୀବନ ରକ୍ଷକ ସାଜିଥିଲେ ଡାକ୍ତର ନାୟକ।

ବର୍ତ୍ତମାନ ସେ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ରହିଛନ୍ତି। ବରଗଡ ଜିଲ୍ଲା ପାଇକମାଲ ଅନ୍ତର୍ଗତ ମାଣ୍ଡୋଶୀଲ ଗ୍ରାମର ଧନମତି ରଣାଙ୍କ ଜଙ୍ଘରେ ଏକ କାଠ ଗଳି ଯାଇ ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଆନାସ୍ଥେସିଆ ଡାକ୍ତର ନଥିବା ବେଳେ ଲୋକାଲ ଆନାସ୍ଥେସିଆ ଦେଇ ବିନା ରକ୍ତସ୍ରାବରେ ସଫଳ ଅପରେସନ କରି ନିଜ ସାହସିକତାର ପରିଚୟ ଦେଇଥିଲେ ଡାକ୍ତର ସ୍ୱସ୍ତିରେଖା ନାୟକ। ଏହିପରି ଭାବରେ ମାନବିକତାର ଅନେକ ଉଦାହରଣ ରହିଛି ତାଙ୍କର ଡାକ୍ତରୀ ଜୀବନରେ।

ଯେକୌଣସି ଅସୁବିଧାକୁ ଖାତିର ନ କରି ମାନବସେବାକୁ ନିଜର ଧର୍ମ ବୋଲି ଧରି ନେଇ ମାନବିକତାର ପରିଚୟ ସୃଷ୍ଟି କରିଥିବା ସାହସୀ ଡାକ୍ତରାଣୀ ସ୍ୱସ୍ତିରେଖା ନାୟକଙ୍କ ବୀରତ୍ବର ପ୍ରୟାସକୁ ଅଭିବାଦନ ଜଣାଉଛି। ତାଙ୍କର ଚଲାପଥ କୁସୁମିତ ହେଉ, ଆଗାମୀ ଦିନରେ ଏହିପରି ସେବା ଜାରି ରହୁ ପରମାତ୍ମାଙ୍କ ନିକଟରେ ଏତିକି ପ୍ରାର୍ଥନା।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like