-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
06-May-2024
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଠାରେ ବିଜେପି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଥିଲା l ଜିଲ୍ଲା ସମ୍ପାଦକ ଭୂତନାଥ ନାଏକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଜନସମର୍କ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ଶ୍ରୀମତୀ ସଂଗୀତ କୁମାରୀ ସିଂଦେଓ, ବିଧାୟକ ପ୍ରାର୍ଥୀ ଡ଼. ମୁକେଶ ମହାଲିଙ୍ଗ, କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ ପଟେଲ, ଲେକୃ ତ୍ରିପାଠୀ, ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁ, ଉମେଶ ପଟେଲ, ପିତାମ୍ବର କଣ୍ଟା ଙ୍କ ଉପସ୍ଥିତି ରେ ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ସାଂସଦ ବାଳକୃଷ୍ଣ ଧରୁଆ, ବହାଦୁର ନନ୍ଦ, ସୁଦିପ ସା, ଅମରଜିତ ପଟେଲ, ଗୌତମ କୁଅଁର, ରଶ୍ମିରଂଜନ ପଧାନ, ସୀତାରାମ ପଧାନ, ବୁଲୁ ବାଦୀ, ଲଳିତ ପଧାନ, ସତ୍ୟାନନ୍ଦ ନାଏକ, ରୋହିତ ଯୁଏଡ଼ ସହଯୋଗ କରିଥିଲେ l ଏହି ପରିପ୍ରେକ୍ଷୀରେ ଦୀର୍ଘ ୫ ବର୍ଷ ମଧ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯାହାକି ବଟଲିଙ୍କ ପ୍ଲାଣ୍ଟ, ରେଲୱେ ବାଗନ କାରଖାନା, ବଲାଙ୍ଗୀର ସୋନପୁର ରେଲୱେ ଲାଇନ, ଲୋଇସିଂହା ବସଟାଣ୍ଟ, ରାସ୍ତା ତିଆରି ସହ ଅଂଚଳ ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ଆଗାମୀ ଦିନରେ ହେବାକୁ ଥିବା ମୋଦୀ ଗେରେଣ୍ଟି କୁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମକୁ ଯାଇ ଭୋଟର ଙ୍କ ସାମ୍ନାରେ ବୁଝାଇ ଜନସମ୍ପର୍କ ସହ ଭୋଟଭିକ୍ଷା କରିଥିଲେ ଉଭୟ ସାଂସଦ ଓ ବିଧାୟକ ପାର୍ଥୀ l