-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ରାଜନୀତି

ଟିଟିଲାଗଡ ବିଜେପିରେ ବିଶାଳମିଶ୍ରଣପର୍ବ,ଦାଦନମୁକ୍ତ ଓଡିଶା ଗଠନ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ ପ୍ରମୋଦ,ବୀରବର,ରଞ୍ଜୁରାଇମନ,ପଞ୍ଚାନନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସମର୍ଥକଙ୍କ ଯୋଗଦାନ

04-May-2024



ବାଲାଙ୍ଗୀର/ଟିଟିଲାଗଡ(ପ୍ରେରଣା ଖବର): ଟିଟିଲାଗଡ ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ଯୋରଧରିଛି । ବିଜେଡି ଦଳରୁ ଜଳସଂମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପ୍ରାର୍ଥିନୀ ଥିବା ବେଳେ ଚଳିତଥର ତାଙ୍କୁ କଡାଟକ୍କର ଦେଉଛନ୍ତି ବିଜେପି ଦଳରୁ ପ୍ରାର୍ଥି ହୋଇଥିବା ପୌରାଧ୍ୟକ୍ଷା ମମତା ଜୈନଙ୍କ ସ୍ୱାମୀ ନବୀନ ଜୈନ । ତେବେ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ବିରୋଧ କରି ଏକ ବଡ ଗୋଷ୍ଠୀ ବିଜେଡିକୁ ଝଟକା ଦେଇଛନ୍ତି । ବିଜେଡିର ହେଭିୱେଟ ନେତାଗଣ ଦଳଛାଡି ଆଜି ବିଜେପି

ଦଳରେ ଯୋଗ ଦେଇଛନ୍ତି । ଦେଶରେ ମୋଦୀ ହାୱା ବହୁଥିବା ବେଳେ ଟିଟିଲାଗଡ ନିର୍ବାଚନମଣ୍ଡଳିରେ ଏହି ହାୱା ଦ୍ୱିଗୁଣିତ ହୋଇଯାଇଛି । ଟିଟିଲାଗଡ ସହରର ଜଣାଶୁଣା ଯୁବସଂଗଠକ ପ୍ରମୋଦ ପଧାନ, ପଞ୍ଚାନନ ସାହୁ, ରାଜ୍ୟ ସରପଞ୍ଚ ସଂଘର ସଭାପତି ବୀରବର ସାହୁ, ନାରୀନେତ୍ରୀ ରଂଞ୍ଜୁ ରାଇମନ ପ୍ରମୁଖ ଆଜି ତାଙ୍କର ହଜାର ହଜାର ସମର୍ଥକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦପ୍ରାର୍ଥି ସଂଗୀତାକୁମାରୀ ସିଂଦେଓଙ୍କ ଠାରେ ବିଜେପିଦଳରେ ଯୋଗଦେଇଛନ୍ତି । ଆଜି ଦିନ ୧୦ଟାରୁ ଟିଟିଲାଗଡ ସହରର ଐତିହାସିକ ମଦନଜାଲ ଛକରେ ଟିଟିଲାଗଡର ପ୍ରଥମ ବିଜେପି କାଉନସିଲର ସ୍ୱର୍ଗତ ମଦନଜାଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଟିଟିଲାଗଡ ବିଧାୟକ ପ୍ରାର୍ଥି ନବୀନ ଜୈନ, ପୌରାଧ୍ୟକ୍ଷା ମମତା ଜୈନ, ସଂଗଠକ ପ୍ରମୋଦ ପଧାନ, ନଗରସଭାପତି ପ୍ରଶାନ୍ତ ଷଢଙ୍ଗୀ, ଅଶ୍ୱିନୀ ସାହୁ, ପୂର୍ବତନ ପୌରାଧ୍ୟକ୍ଷ ଶୁଭ୍ରାଂଶୁଶେଖର ଦାସ, ସରପଞ୍ଚସଂଘ ସଭାପତି ବୀରବର ସାହୁ, ପଞ୍ଚାନନ ସାହୁ, ବରିଷ୍ଠନେତା ମହେନ୍ଦ୍ର ଠାକୁର, ଅଶୋକ ଦୋରା, ଚ୍ୟାରମେନ ବାଗ, ସୁଦାମ ମହାରଣା ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ୧୦ହଜାର ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଟିଟିଲାଗଡ ସହରର ମଦନଜାଲ ଛକଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ବ୍ୟାଙ୍କଛକ, ବିଜୁପଟ୍ଟନାୟକଙ୍କ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ହାଇସ୍କୁଲପାଖରେ ଥିବା ସଭାସ୍ଥଳରେ ପହଞ୍ଚିଥିଲେ । ସେଠାରେ ବିଜେପିର ଜିଲ୍ଲା ଉପସଭାପତି ଶ୍ରୀବତ୍ସ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦପ୍ରାର୍ଥି ସଂଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି । ଟିଟିଲାଗଡ ବିଧାୟକପ୍ରାର୍ଥି ନବୀନ ଜୈନ, ପୌରାଧ୍ୟକ୍ଷା ମମତା ଜୈନ, ବରିଷ୍ଠନେତା ମହେନ୍ଦ୍ର ଠାକୁର, ଅଶୋକ ଦୋରା, ପୂର୍ବତନ ପୌରାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ଦାସ ପ୍ରମୁଖ ଯୋଗଦେଇ ରାଜ୍ୟସରକାରଙ୍କୁ କଡା ସମାଲୋଚନା କରିଥିଲେ । 
 କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଲେ ଯେ,ଗତ ୨୫ବର୍ଷଧରି ଓଡିଶାରେ ଶାସନ କରୁଥିବା ବିଜେଡି ସରକାରଙ୍କ ଯୋଗୁଁ ଏହି ଅଞ୍ଚଳର ଯୁବକମାନେ ନିଯୁକ୍ତି ପାଉନାହାଁନ୍ତି ଓ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଆଜି ଓଡିଆ ଅସ୍ମିତା ବିପଦରେ ରହିଛି । ରାଜ୍ୟକୁ ଜଣେ ଅଣଓଡିଆ ଶାସନ କରୁଛନ୍ତି। ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢୁଥିବାତାପମାତ୍ରାକୁ ନେଇ  ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବଲାଙ୍ଗୀର ଜିଲ୍ଲା ମରୁଭୂମୀ ହେବାକୁ ଯାଉଥିବା ନେଇ ରିପୋର୍ଟ ପ୍ରକାଶ ପାଉଛି । ରାଜ୍ୟସରକାର ଏହାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମିଛ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ତେଣୁ ରାଜ୍ୟରେ ଥିବା ସରକାର ବଦଳିବା ଦରକାର ଓ ଟିଟିଲାଗଡରେ ନବୀନ ଜୈନଙ୍କ ଭଳି ଜଣେ ଦକ୍ଷ ବିଧାୟକ ମଧ୍ୟ ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ 

କଲ୍ୟାଣୀ ସାହୁ,କଲ୍ୟାଣୀ ଦାସ,ପ୍ରେମ ବିଶି,ରାଜେଶ ଅଗ୍ରୱାଲ ଓ ବହୁସଂଖ୍ୟାରେ ସରପଞ୍ଚଓ ସମିତିସଭ୍ୟ ମାନେ ବିଜେପି ଦଳରେ ଯୋଗଦେଇଥିଲେ । ଆଜି ଟିଟିଲାଗଡ ସହରରେ ୪୫ଡିଗ୍ରୀ ତାପମାତ୍ରା ଥିଲେ ହେଁ ଏତେ ସଂଖ୍ୟାରେ ନେତା ଓ ସମର୍ଥକ ଯୋଗଦେଇଥିବାରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଭୁତ ହୋଇଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଏହା ପୂର୍ବରୁ ନୂଆପଡାର ଖରିଆର  ଓ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିଠାରେ ନିର୍ବାଚନ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରି ରାଜ୍ୟରେ ସରକାର ପରିବର୍ତ୍ତନ ଦରକାର ବୋଲି କହିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like