-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Apr-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଆଜି ତା ୨୬/୦୪/୨୪ ରିଖ ଦିନ ନିର୍ବାଚନ ହେବାକୁ ଥିବା ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୫- ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ ହୋଇଯାଇଛି l ବିଜ୍ଞପ୍ତି ଅନୁଯାୟୀ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ବଲାଙ୍ଗୀର ସଂସଦୀୟ କ୍ଷେତ୍ର ନିମନ୍ତେ ମେ ୨୦ ତାରିଖ ରେ ସକାଳ ୦୭ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାର ୫୮୬ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ l ଆଜିଠାରୁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଆସନ୍ତା ତା ୦୩/୦୫/୨୪ ଅପରାହ୍ନ ୦୩ ଘଣ୍ଟା ପର୍ଯ୍ୟନ୍ତ ଦାଖଲ କରିପାରିବେ l ଆଜି ଠାରୁ ଦିବସର ପୂର୍ବାହ୍ନ ୧୧ ଘଣ୍ଟାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ (ସାଧାରଣ ଛୁଟି ଦିନ ବ୍ୟତୀତ ) ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଦାଖଲ କରିପାରିବେ l ଆଜି ପ୍ରଥମ ଦିନରେ ୬୪- ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅଥବା ୬୫- ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ଜଣା ପଡିଛି l ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟ କୁ ସହଜ ଓ ସରଳ ଉପଲବ୍ଧ କରିବା ନିମନ୍ତେ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ଖୋଲାଯାଇଛି l