-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ଜିଲ୍ଲା

କଂଗ୍ରେସ ର ଜନ ଆଶାର୍ବାଦ କାର୍ଯ୍ୟକ୍ରମ, ବିଭିନ୍ନ ଜାତି ସମାଜ ସହ ଆଲୋଚନା ଓ ଆଶିର୍ବାଦ ଲୋଡିଲେ ସମରେନ୍ଦ୍ର ଅର୍ଥନୈତିକ ବିକାଶ ସହ ଶାନ୍ତିପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ଆମର ଲକ୍ଷ୍ୟ - ସମରେନ୍ଦ୍ର

21-Apr-2024



ବଲାଙ୍ଗୀର(ଚିତ୍ରସେନ ବେହେରା ): ଆଜି ମାରୱାଡି, ଗୁଜରାତି, ବିହାରୀ ଓ ସିନ୍ଧି ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଆଗକୁ ନିର୍ବାଚନ, ଆମେ ସବୁବେଳେ ଚାହିଁବୁ ଯେ ଏହି ସମାଜର ଲୋକମାନେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ବଲାଙ୍ଗିର ରେ ସହାବସ୍ଥାନ କରନ୍ତୁ କିନ୍ତୁ ଦୁଃଖର ବିଷୟ ଧିରେ ଧିରେ ଆମ ସହର ଖାଲି ହେବାରେ ଲାଗିଛି । ଏଠିକାର ଛାତ୍ର ଯୁବକ ଶିକ୍ଷା ହେଉ କି ରୋଜଗାର ପାଇଁ ହେଉ ସହର ଛାଡୁଛନ୍ତି । ବ୍ୟବସାୟୀମାନେ ଧିରେ ଧିରେ ବଲାଙ୍ଗିର ପ୍ରତି ବିମୁଖ ହେଉଛନ୍ତି । ଏହାର କାରଣ ଖୋଜିବାକୁ ପଡିବ । ଆପଣମାନେ ଦେଖିବେ ଗତ ୨୪ ବର୍ଷ ଭିତରେ ସରକାରମାନେ ଏ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ଯାହାକି ଅଂଚଳର ଅର୍ଥନୈତିକ କୁ ସମୃଦ୍ଧ କରିଥାଏ, ସେ କ୍ଷେତ୍ରରେ ବିକାଶ ପାଇଁ ଆନ୍ତରିକତା ଦେଖାଇ ନାହାନ୍ତି ତେଣୁ ଆମର ଲକ୍ଷ୍ୟ ହେବ ଏ ଅଂଚଳର ଯୁବକ, ଛାତ୍ର, ବ୍ୟବସାୟୀ ଯେପରି ଏହି ଅଂଚଳରେ ହିଁ ରହି ତାଙ୍କର ଶିକ୍ଷା ହେଉ କି ରୋଜଗାର ହେଉ କରିପାରିବେ ସେଥି ପାଇଁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସହ ଅଂଚଳର ସମଗ୍ରୀକ ଅର୍ଥନୈତିକ ବିକାଶ ପାଇଁ ପଦକ୍ଷେପ ନେବା ମୋର ପ୍ରଥମ ଲକ୍ଷ୍ୟ ହେବ ବୋଲି ସ୍ଥାନୀୟ ସେଲିବ୍ରେସନ ହୋଟେଲ ପଛପଟ ପଡିଆରେ ଅନୁଷ୍ଠିତ ଜନ ଆଶିର୍ବାଦ ସମାରୋହରେ ସମରୋହ ଉପସ୍ଥିତ ଥିବା ଜାତିସମାଜର ଜନସାଧାରଣଙ୍କୁ କହିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣମାନେ ଆଗାମୀ ନିର୍ବାଚନରେ ଏପରି ଏକ ଜନପ୍ରତିନିଧିକୁ ଆଶିର୍ବାଦ କରନ୍ତୁ ଯେ କି ଏ ମାଟିରେ ବଢିଥିବ, ଏ ମାଟିରେ ପଢିଥିବ, ଏ ମାଟିର ସମସ୍ୟା ଭୋଗିଥିବ ଓ ଜାଣିଥିବ ତାହା ହେଲେ ହିଁ ସେ ସମସ୍ୟା ସମାଧାନ କିପରି ହେବ ତାର ବାଟ ବାହାର କରିପାରିବ ବୋଲି ସମରେନ୍ଦ୍ର କହିଥିଲେ । ଆମ ଆଗରେ ଏପରି ପ୍ରତିଦ୍ୱନ୍ଦି ଅଛନ୍ତି ଯେଉଁମାନେ କି ମିଛ କହିବାର ଢେର ଅଭିଜ୍ଞତା ରଖିଛନ୍ତି । ନା ତାଙ୍କ ପାଖରେ ଦୂରଦୃଷ୍ଟି ଅଛି ନା ଲୋକଙ୍କ ପାଇଁ କିଛି ଭଲ କାମ କରିବାର ଅଭିଜ୍ଞତା ଅଛି । ତେଣୁ ଏପରି ନକରାତ୍ମକ ଅଭିଜ୍ଞତା ଥିବା ରାଜନେତାମାନେ ଯେଉଁମାନେ କି କେବଳ ନିର୍ବାଚନ ପୂର୍ବରୁ ବଲାଙ୍ଗିର କୁ ୬ ମାସ ପାଇଁ ଆସନ୍ତି ଓ ଲୋକଙ୍କୁ ଖଚ ମିଛ କହି ଭୋଟ ହତେଇବା ଅପଚେଷ୍ଟା କରିଥାନ୍ତି ସେମାନଙ୍କୁ ଆପଣମାନେ ଏହି ନିର୍ବାଚନରେ ବରଖାସ୍ତ କରନ୍ତୁ ବୋଲି ସମରେନ୍ଦ୍ର କହିଥିଲେ । ଜନ ଆଶିର୍ବାଦ ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ବିଭିନ୍ନ ଜାତି ସମାଜକୁ ସମରେନ୍ଦ୍ରଙ୍କୁ ଆଶିର୍ବାଦ ପ୍ରଦାନ ପାଇଁ ଅନୁରୋଧ କରିବା ସହ ସେ ଗତ ୧୦ ବର୍ଷରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଅଗ୍ରଗତିକୁ ଏଠିକାର ରାଜପରିବାର କିପରି ପ୍ରତିବନ୍ଧକ ସୃଷ୍ଟି କରିଥିଲେ ତାର ସୂଚନା ଦେଇଥିଲେ । ନିଜେ ମରିବା ପର୍ଯ୍ୟନ୍ତ ରାଜନୀତି ଛାଡିବେ ନାହିଁ ବୋଲି କହିବା ସହ ଆଗାମୀ ଦିନରେ ବଲାଙ୍ଗିର ପାଇଁ କିଛି ଶିଳ୍ପ ନିଶ୍ଚିତ ଭାବରେ ଅଣାଯିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଗତ ୧୦ ବର୍ଷର ସମୟ ନିଶ୍ଚିତ ଭାବରେ ସହରରେ ରହୁଥିବା ଏହି ଜାତି ସମାଜମାନେ ଶାନ୍ତିପୁର୍ଣ୍ଣ ଭାବରେ ନିଜ ନିଜର ଜିବନ ଯାପନ କରି ନିଜର ଜିବିକା ନିର୍ବାହ କରିପାରିବେ ସେ ଦିଗରେ ଆମେ ନିଶ୍ଚିତ ଯତ୍ନବାନ ହେବୁ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଧିସମାଜ ସଭାପତି ଗିରିଧାରୀ ବାଗୱାନି, ସଭାପତି ଗୁଜୁରାତି ସମାଜ ଗଜେନ୍ଦ୍ର ଭମର, ବିହାରୀ ସମାଜ ସଭାପତି ଶ୍ରୀବାସ୍ତବଜୀ, ମାରୱାଡି ସମାଜ ସଭାପତି ମନୋଜ ଜୈନ ପ୍ରମୁଖ ମଂଚାସିନ ରହି ନିଜ ନିଜ ସମାଜ ତରଫରୁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ସମୁହ ଆଶିର୍ବାଦ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like