-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
20-Apr-2024
ନୂଆପଡ଼ା (ଡୋଲେଶ୍ଵର ବାଗ )
ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡ଼ା ରିଟର୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କୁ ଆଜି ପ୍ରଥମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଖରୀଆର ରୋଡ ଠାରୁ ଏକ ବାଇକ୍ ରାଲି ରେ ବାହାରି ନୂଆପଡ଼ା ଠାରେ ପହଞ୍ଚିଥିଲା। ନିଜ ହଜାର ହଜାର ସଂଖ୍ୟକ ସମର୍ଥକ ଙ୍କ ସହ ରିଟର୍ଣିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ନାମାଙ୍କନ ପାତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନ ରେ କଂଗ୍ରେସ ଦଳରୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳ ଟିକେଟ ନ ଦେବାରୁ ଆଦିବାସୀ ସମୂହ ମିଳିତ ରୂପେ ତାଙ୍କୁ ସ୍ବାଧୀନ ରୂପେ ମନୋନୀତ କରି ନିର୍ବାଚନ ରେ ଲଢେଇ କରିବାକୁ ଆହ୍ବାନ କରିଥିଲେ। ଆଜି ଆଦିବାସୀ ନେତା ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି।