-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||     

HOME   ମହାନଗର

ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?

18-Apr-2024



ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ ) ଚଳିତ ନିର୍ବାଚନରେ ଦୀର୍ଘଦିନ ଧରି ଝୁଲାଇ ରଖିବା ପରେ ଏକାଧିକ ଦୃଢଦାବିଦାର ଥିବା ସତ୍ତ୍ବେ ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଦୁଇ ପ୍ରମୁଖଦଳର ପ୍ରାର୍ଥୀ ଘୋଷଣା ପରେ ଶେଷରେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବରୁ ପଶ୍ଚିମଓଡିଶାର  ବିଜେପୁର ପରି ତାଙ୍କର ନିଜ ବିଧାନସଭା ଗଞ୍ଜାମର ହିଞ୍ଜଳି ସହ ବଲାଙ୍ଗୀର କଣ୍ଟାବାଞ୍ଜି ଆସନରେ ପ୍ରାର୍ଥୀ ଘୋଷଣା କରିଛି । 

ଏହି ଘୋଷଣା ପରେ ଜିଲ୍ଲା ରାଜନୀତିରେ ଆଲୋଡନ ସୃଷ୍ଟିହେବା ସହିତ ପ୍ରମୁଖ ବିରୋଧୀଦଳ ଭାଜପାରେ କମ୍ପନ ଖେଳିଯାଇଛି ।  ଫଳତଃ ପଶ୍ଚିମଓଡିଶା ବନାମ ବଲାଙ୍ଗୀର ଜିଲ୍ଲାରେ ବିଜେଡିର ଶକ୍ତିବୃଦ୍ଧି ହୋଇଥିବା କୁହାଯାଉଛି ।

 ବଲାଙ୍ଗୀର ସଦର ବିଧାନସଭା ଆସନରେ ପୂର୍ବରୁ ଦଳରୁ ଥରେ ବିଧାୟକ ଓ ଦୁଇଥର ସାଂସଦ ଓ ଏବେ ଷ୍ଟେଟ ହାଉସିଂ ବୋର୍ଡ  ଅଧ୍ୟକ୍ଷ ରହିଥିବା ରାଜପରିବାରର କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ବିଧାନସଭା ଆସନରେ ଲଢୁଥିବାବେଳେ , ପାଟଣାଗଡ ଆସନରେ ଦଳର ବିଧାୟକ ତଥା ବିଧାନସଭାର ଉପ-ମୁଖ୍ୟ ସଚେତକ ଥିବା ସରୋଜ ମେହେର , ଟିଟିଲାଗଡ ଆସନରେ ପୂର୍ବରୁ ଦୁଇଥର ମନ୍ତ୍ରୀଥିବା ଟୁକୁନି ସାହୁ ଏଥର  ପ୍ରାର୍ଥୀ ହୋଇଥିବା ସହ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଗାଁ' ବନାମ ଏକା ଗାଁ' ଓ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ  ସାଲୁଜାଙ୍କ ଯୋଡି  ସଇଁନ୍ତଳାର ପୂର୍ବବିଧାୟକ ତଥା ଟିଟିଲାଗଡ ଆସନରେ ଆଗରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ କଂଗ୍ରେସରୁ ଇସ୍ତଫାଦେଇ ଏଥର ଶେଷମୁହୂର୍ତ୍ତରେ ବିଜେଡି ଟିକେଟରେ ବଲାଙ୍ଗୀର ଲୋକସଭା ସାଂସଦ ପ୍ରାର୍ଥୀ ହୋଇଛନ୍ତି ।

 ତେଣୁ ଏବେ କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀହେବା ଉଭୟ କଂଗ୍ରେସ ଓ ବିଶେଷକରି ବିଗତ ଚାରିଥରର ଭାଜପା ସାଂସଦ ରହିଆସିଥିବା ସହ ଏଥର ପଞ୍ଚମଥର ମଧ୍ୟ ଭାଜପାର ସାଂସଦ ପ୍ରାର୍ଥିନୀ ରାଣୀ ସଙ୍ଗୀତା ସିଂଦେଓ ଏବଂ ବିଗତ ପାଞ୍ଚଥରର ଭାଜପା ବିଧାୟକ ତଥା ମନ୍ତ୍ରୀ ଥିବା ପାଟଣାଗଡ ବିଧାନସଭା ଆସନରେ ଗତଥର ପରାଜିତ ହେବା ସତ୍ତ୍ୱେ ଏଥର ପୁଣି ଭାଜପାର ବିଧାୟକ ପ୍ରାର୍ଥୀ ହୋଇଥିବା ତାଙ୍କ ସ୍ବାମୀ ରାଜା କନକ ବର୍ଦ୍ଧନ ସିଂଦେଓଙ୍କ ବିପକ୍ଷ ଭାରି ପଡିଯାଇଥିବା କୁହାଯାଉଛି । 

ଅପରତଃ  ନକଲିଔଷଧଠୁଁ ଆରମ୍ଭ କରି କିଛିମାସତଳେ ଖୁଦବେପାର ଓ ଆଇପିଏଲ୍ ଜୁଆ ଇତ୍ୟାଦି ସହ ଅନ୍ୟାନ୍ୟ ନକଲିସାମଗ୍ରୀର ରାଜଧାନୀ ଅପଖ୍ୟାତ ଜିଲ୍ଲାର ଏକ ବ୍ୟବସାୟିକ ପେଣ୍ଠ କଣ୍ଟାବାଞ୍ଜି ଦାଦନଚାଲାଣର ମଧ୍ୟ ଗଡ । ପ୍ରତିବର୍ଷ ମୁଖ୍ୟତଃ ଏଇ କଣ୍ଟାବାଞ୍ଜି , ତୁରେକେଲା ଓ ସଂଲଗ୍ନ ବେଲପଡାର କୋଟିପତି ପାଲଟି ଯାଇଥିବା ଦାଦନସର୍ଦ୍ଦାରଙ୍କ ଜରିଆରେ ଏହିଠାରୁ ରାଜ୍ୟ ବାହାରର ଆନ୍ଧ୍ର , ତାମିଲନାଡୁ , କର୍ଣ୍ଣାଟକ ଆଦି ରାଜ୍ୟର ଇଟାଭାଟି ସେଠ୍ ମାନେ ଆସି ଡେରାପକାଇ ଜିଲ୍ଲା ଓ ଆଖପାଖ ଅଞ୍ଚଳରୁ ଲକ୍ଷାଧିକ ସଂଖ୍ୟାରେ ଦାଦନଶ୍ରମିକ ଚାଲାଣ କରିଆସୁଛନ୍ତି । ଏହି ବେଆଇନ୍ ଦାଦନଚାଲାଣ ଓ ନାମମାତ୍ର ଲାଇସେନ୍ସ କରି ଶ୍ରମିକଚାଲାଣ କରିଆସୁଥିବା  ଅଞ୍ଚଳର ସର୍ଦ୍ଦାର ଓ ସେଠ୍ ମାନଙ୍କ ଦ୍ବାରା ଦାଦନଶ୍ରମିକ ଶୋଷଣ ଓ ନିର୍ଯାତନାର କାହାଣୀ ଓ ମାମଲା ଗଣମାଧ୍ୟମରେ ପରମ୍ପରାରେ ପରିଣତ ହୋଇଥିବା ସହ ଏପରି ମଣିଷବେପାରରୁ କୋଟିପତି ପାଲଟିଥିବା ସର୍ଦ୍ଦାରମାନେ ଏବେ ରାଜନୀତିରେ ଅନୁପ୍ରବେଶ କରିଗଲେଣି । ପଞ୍ଚାୟତ , ବ୍ଲକ୍ ରେ ସେମାନେ ନିର୍ବାଚିତ ଲୋକପ୍ରତିନିଧି ହେଇ କ୍ଷମତା ଉପଭୋଗ କରୁଥିବା ସହିତ ବିଧାୟକ ମଧ୍ୟ ହେଲେଣି ଓ  ଗତ କେତେବର୍ଷ ହେଲା ଉଦ୍ୟମରତ । ସେମାନେ ଏତେ ନିରଙ୍କୁଶ ହୋଇପଡିଛନ୍ତି ଯେ , ଧରପଗଡରେ ଗିରଫ ହେଉଥିବା ରାଜ୍ୟ ବାହାରର ସେଠ୍ ବା ଅଭିଯୁକ୍ତ ସର୍ଦ୍ଦାରଙ୍କ ପାଇଁ ଥାନାରେ ଲବି ଓ ଘେରାଉ କରିବାର ନଜିର୍ ରହିଛି । ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ଓ ଆଖପାଖ ଅଞ୍ଚଳରେ ଏଭଳି ଅନେକ ଦୃଷ୍ଟାନ୍ତ ରହିଛି । ଏଭଳି ଏକ ଦାଦନପ୍ରବଣ , ମାଓପ୍ରବଣ ନିର୍ବାଚନ ମଣ୍ଡଳୀରେ ପଦପାତ ଓ ପ୍ରତିନିଧିତ୍ବ କରି ମୁଖ୍ୟମନ୍ତ୍ରୀ କେତେ ସଫଳ ହେବେ , ଦେଖିବାକୁ ବାକିରହିଲା ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ , ଏହି ଟିଟିଲାଗଡ ଉପଖଣ୍ଡରେ ଦୀର୍ଘ ଦଶନ୍ଧିଧରି ଟିଟିଲାଗଡ ଜିଲ୍ଲାଦାବି ହୋଇଆସୁଥିବା ସହ ଗତ ବିଧାନସଭାରେ ଏହା ଏକ ପ୍ରସଙ୍ଗ ହୋଇଥିଲା ।  ଦ୍ବିତୀୟତଃ କଣ୍ଟାବାଞ୍ଜିକୁ ମଧ୍ୟ ଜିଲ୍ଲା କରାଯାଉ ବୋଲି କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଦାବିଆନ୍ଦୋଳନ କରାଯାଇ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ପରୋକ୍ଷ ସଙ୍କେତକୁ ଭରସା କରି ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଏହି ଟିଟିଲାଗଡ ଜିଲ୍ଲାଦାବି ଆନ୍ଦୋଳନକୁ ନିଶ୍ଚୟ ପୂରଣ ହେବ ବୋଲି ଆଶ୍ବାସନା ଦେଇଆସିଥିବା ବେଳେ ଏବେ କଣ୍ଟାବାଞ୍ଜିରେ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ କଣ୍ଟାବାଞ୍ଜିର ଲୋକେ ଅଧିକ ଆଶାୟୀ ହୋଇପଡିବା ସ୍ବାଭାବିକ୍ । ଯଦି ଏଠାକାର ଭୋଟରମାନେ ପ୍ରାର୍ଥୀ ନବୀନପଟ୍ଟନାୟକଙ୍କ ଆଗରେ ଏହି ଜିଲ୍ଲାଦାବି ର ସର୍ତ୍ତ ରଖନ୍ତି , ନବୀନବାବୁ ତାଙ୍କ ତଣ୍ଟିରୁ ଏହି କଣ୍ଟାବାଞ୍ଜି କଣ୍ଟାକୁ କେମିତି କାଢିବେ , ଲୋକେ ଚର୍ଚ୍ଚା କଲେଣି । ବଲାଙ୍ଗୀର ଜିଲ୍ଲାରେ ଟିଟିଲାଗଡ ନା କଣ୍ଟାବାଞ୍ଜି ମଧ୍ୟରୁ କେଉଁଟି ଜିଲ୍ଲା ଘୋଷିତ ହେବ ନା ପଦ୍ମପୁର ପରି ଅଦାଲତି ପେଞ୍ଚ ଖେଳି ଭୋଟରଙ୍କୁ ବଣା କରି ଦିଆଯିବ , ଆଗକୁ ଦେଖିବାକୁ ବାକି ରହିଲା । 

ଅନ୍ୟ ଏକ ଆଲୋଚନାରେ ନବୀନଙ୍କୁ ମାତ୍ ଦେବାକୁ ଏଠାକୁ ମୋଦୀ ନିର୍ବାଚନୀପ୍ରଚାରରେ ଆସିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ କେତେକ ସ୍ଥାନୀୟ ସମୀକ୍ଷକଙ୍କ ମତରେ ଆଗରୁ ବିଜେପୁରକୁ ମୋଦୀ ଆସି ନଥିବା , ଚଳିତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀଙ୍କ  ପ୍ରାକ୍ ନିର୍ବାଚନୀ ଓଡିଶାଗସ୍ତରେ ସଭାମଞ୍ଚରେ ମୋଦୀ-ନବୀନ ବନାମ ପ୍ରଧାନମନ୍ତ୍ରୀ- ମୁଖ୍ୟମନ୍ତ୍ରୀଙ୍କ କୋଳାକୋଳିରୁ ମେଣ୍ଟହେବା ଚର୍ଚ୍ଚା ଯୋର୍ ଧରି ଶେଷରେ ବିପକ୍ଷରେ ଜାଣିଶୁଣି ଦୁର୍ବଳ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଖଞ୍ଜାଯିବା ଇତ୍ୟାଦି ଘଟଣା ସହ ନବୀନ ଏଭଳି ଦ୍ବୈତପ୍ରାର୍ଥୀ ହୋଇଥିବା ଅଞ୍ଚଳରେ କେତେ କ'ଣ ବିକାଶ ହୋଇଛି ବୋଲି ପ୍ରଶ୍ନ ପ୍ରକାଶ ପାଇଛି । 

ଏଣୁ ସମୟ କହିବ , କଣ୍ଟାବାଞ୍ଜିରେ ନବୀନପଟ୍ଟନାୟକଙ୍କ ଏହି ବିଧାନସଭା ପ୍ରାର୍ଥୀତ୍ବ କେତେ ଦୂରଦୃଷ୍ଟିସମ୍ପନ୍ନ ଥିଲା  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026

You Might Also Like