-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||     

HOME   ଜିଲ୍ଲା

ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ

18-Apr-2024



ବଲାଙ୍ଗୀର(ପ୍ରେରଣା ଖବର) ବିଜେଡି ସଦ୍ୟତମ ପ୍ରାର୍ଥୀ ତାଲିକାରେ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଘୋଷିତ ହୋଇଛି । ଯାହା ଜଣା ପଡୁଛି ରାଜନୈତିକ କରାଣରୁ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରାର୍ଥୀ ହେବାକୁ ମନସ୍ଥ କରିଛନ୍ତି । ପୂର୍ବରୁ ଏହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ହିଂଜିଳୀ ସହ ବିଜେପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ଲଢି ଜିତିଥିଲେ । କିନ୍ତୁ ପରେ ବିଜେପୁର ନିର୍ବାଚନ ମଣ୍ଡଳୀକୁ ଛାଡି ଦେବାକୁ ସେଠାରେ ଉପ ନିର୍ବାଚନ ହୋଇଥିଲା । ତେଣୁ ଏଥର ମୁଖ୍ୟମନ୍ତ୍ରୀ ଯଦି କଂଟାବାଞ୍ଜି ରୁ ଜିତନ୍ତି ତେବେ ତାକୁ ରଖିବେ କି ଛାଡିଦେବେ ତାହା ଭୋଟରଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିର୍ବାଚନ ଲଢି ପରେ ଛାଡିଦେବା ଦ୍ୱାରା ସଂପୃକ୍ତ ନିବାଚନ ମଣ୍ଡଳୀ ପାଇଁ ଉଚିତ ହେଉନାହିଁ ବୋଲି ଲୋକେ କୁହାକୁହି ହେଉଛନ୍ତି । ଏହା ଛଡା ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ସମୟରେ କରିଥିବା ଘୋଷଣା ଓ ପ୍ରତିଶୃତି ମାନ ଆଜିଯାଏ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ କଂଟାବାଂଜି ନିର୍ବାଚନ ମଣ୍ଡଳୀର ଲୋକେ ସେଭଳି ଠକାମୀର ଶିକାର ହେବେ ନାହିଁ ତ ବୋଲି ଆଶଂକା ପ୍ରକାଶ ପାଉଛି । ତେଣୁ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ଓ କଂଟାବାଞ୍ଜିରେ ଜିତିଲେ ନିର୍ବାଚନ ମଣ୍ଡଳୀ ରେ କଣ କରିଛନ୍ତି ଓ ବଲାଙ୍ଗିର ଲୋକ ସଭା ନିର୍ବାଚନ ମଣ୍ଡଳୀ ରେ କଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଶ୍ୱେତପତ୍ର ଜାରି କରିବା ଦରକାର ବୋଲି ବିଶିଷ୍ଟ କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର ଏକ ସାଂବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି । ଏହା ଛଡା ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ଉପାନ୍ତ ନିର୍ବାଚନ ମଣ୍ଡଳୀ କଂଟାବାଞ୍ଜି ର ଅବସ୍ଥା ଅତୀବ ଶୋଚନୀୟ । ଦାଦନ ରାଜଧାନୀ ରୂପେ ପରିଚିତ ଏହି ଅଂଚଳର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ଅଂଚଳର ଜନସାଧାରଣଙ୍କ ଅର୍ଥନୈତିକ ଅବସ୍ଥା ଅତିବ ଶୋଚନୀୟ । ଏହା ଛଡା କଂଟାବାଞ୍ଜି ଅଂଚଳ ଅତୀତରେ ଅନେକ ସ୍କାମ ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ତେଣୁ ଏ ସମସ୍ତ ବିଷୟ ରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କଣ ତାହା ଜାଣୀବାକୁ ଜନସାଧାରଣ ଉଦ୍‌ବେଗ ଅଛନ୍ତି । ଏଥି ସହିତ ବଲାଙ୍ଗିର ଜିଲ୍ଲାର ଦାବି ୨ୟ କୃଷି ବିଶ୍ୱ ବିଦ୍ୟାଳୟ, ବିଜୟାନନ୍ଦ ସୁଗର ଫେକ୍ଟ୍ରୀ ର ତାଲା ଖୋଲିବା, ପୁରୀ - ରାୟପୁର ରେଳପଥ ନିର୍ମାଣ, ଉଡାନ ଯୋଜନାରେ ତୁଷୁରା କୁ ସାମିଲ କରିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ର ପୂର୍ଣ୍ଣାଙ୍ଗୀକରଣ, ବେଲପଡା - ପାଟଣାଗଡ - କଂଟାବାଞ୍ଜି ଅଂଚଳରେ କଟନ କରିଡର ସ୍ଥାପନ, ବଲାଙ୍ଗିର, ପାଟଣାଗଡ, ବେଲପଡା, କଂଟାବାଞ୍ଜି ପ୍ରଭୃତିର ବାଇପାସ ନିର୍ମାଣ, କଂଟାବାଞ୍ଜି କଲେଜର ସରକାରୀ କରଣ, କଂଟାବାଞ୍ଜି- ଟିଟିଲାଗଡ ଜିଲ୍ଲା ଦାବୀ ପ୍ରଭୃତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହେବା ଦରକାର । ଏହା ଛଡା ଏହି ଜିଲ୍ଲାରେ ମନରେଗା ଯୋଜାନାର ବିଫଳତା, ମରୁଡି ସମସ୍ୟାର ସ୍ଥାୟୀ ସମାଧାନ, ସ୍ଥାନୀୟ ନିଯୁକ୍ତି ର ସୁଯୋଗ ସୃଷ୍ଟି, କୁଟୀର ଶିଳ୍ପର ଉନ୍ନତି, ଚାଷୀ ଓ ଚାଷର ଉନ୍ନତି ପ୍ରଭୃତି ବିଷୟ ବସ୍ତୁ ଉପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ଆଭିମୁଖ୍ୟ କୁ ଜନସାଧାରଣ ଅପେକ୍ଷା କରିଛନ୍ତି । ଏଥି ସହିତ ବଲାଙ୍ଗିର ଜିଲ୍ଲାର ଜମି ମହାଦୁର୍ନୀତି, କଂଟାବାଞ୍ଜି ଅଂଚଳର ଲୋକଙ୍କ ଜମି ପଟ୍ଟା ପ୍ରଦାନ ସମସ୍ୟାର ସମାଧାନ, କ୍ରାଇମ କେପିଟାଲ ବଲାଙ୍ଗିର ରୁ ଅପରାଧ ବିଲୋପ କରିବା ଇତ୍ୟାଦି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍‌ୀ କଣ ମନ୍ତ୍ର ରଖିଛନ୍ତି ଜନସାଧାରଣ ଜାଣିବା ଦରକାର । ଏହା ଛଡା ଏ ଜିଲ୍ଲାର ଆଦିବାସୀ, ଦଳିତ, ଉଚ୍ଚ ବର୍ଗର ଓ ଓବିସି ମାନଙ୍କ ମଧ୍ୟରେ ଥିବା ଦରିଦ୍ର ଲୋକଙ୍କ ପାଇଁ ସରକାର ନିର୍ଦ୍ଦିଷ୍ଟ ଭାବରେ କଣ କରିବେ ମୁଖ୍ୟମନ୍ତ୍ରୀ କହିବା ଦରକାର । ଏ ସମସ୍ତ ସମସ୍ୟାର ସମାଧାନ ର ରାସ୍ତା ତିଆରି ନ କରି କେବଳ ପ୍ରତିଶୃତି ପାହାଡ ତୋଳି ନିର୍ବାଚନ ଲଢିଲେ ଏ ଅଂଚଳ ଏକ ରାଜନୈତିକ ଉପନିବେଶ ଛଡା ଅନ୍ୟ କିଛି ରେ ପରିଣତ ହେବ ନାହିଁ ବୋଲି ଶ୍ରୀ ମିଶ୍ର ମତ ଦେବା ସହ ଜନସାଧାରଣ ଏ ପ୍ରସଂଙ୍ଗରେ ବିତର୍କ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026

You Might Also Like