-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||     

HOME   ଜିଲ୍ଲା

“ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଳିକେଶ

18-Apr-2024



ବାଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ବିକାଶ ଦୃତଗତିରେ ଆଗେଇ ଚାଲିଛି । ଏଥିରେ ବଲାଙ୍ଗୀରର ନେତା ଓ ଜନତା ଉଭୟଙ୍କ ସହଭାଗିତା ରହିଛି । ବଲାଙ୍ଗୀରରେ ଜଳସେଚନ ପାଇଁ ଲୋୟର ସୁକତେଲ ଜଳସେଚନ ପ୍ରକଲ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ଏସଆଇଏଚମ ଅନୁଷ୍ଠାନ ହୋଇସାରିଛି । ତୁଷୁରାଠାରେ ଏକ ଉନ୍ନତ ଏୟାରପୋର୍ଟର ବ୍ୟବସ୍ଥା କରାଯାଉଛି । ନବୀନ ସରକାର ବଲାଙ୍ଗୀର ଜିଲ୍ଲାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଏବେ ଆମେ ବଲାଙ୍ଗୀର ଜିଲ୍ଲାରୁ ଆଉଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇବା । ଆଗକୁ ଯୁବକଙ୍କ ସ୍ୱତନ୍ତ୍ର

ତାଲିମ ବ୍ୟବସ୍ଥା କରାଯିବାକୁ ଅଛି । ଠିକ ସେହିପରି ଗମନାଗମନର ସୁବିଧା ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ, ବାଇପାସ, ରିଂରୋଡ ସହ ଅନେକଗୁଡିଏ ରାସ୍ତାର ବିକାଶ କରାଯାଇଛି । ବଲାଙ୍ଗୀର ସହରର ବନ୍ଧଗୁଡିକର ପର୍ଯ୍ୟାୟକ୍ରମେ ଉନ୍ନତିକରଣ କରାଯାଉଛି ବୋଲି ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ଖବରକାଗଜର ୧୯ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ କହିଛନ୍ତି । ଶିକ୍ଷାବିତ ମନୋରଂଜନ ସାହୁଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ନନ୍ଦିନୀ ସାହୁଙ୍କ ସଂଯୋଜନାରେ 'ବଲାଙ୍ଗୀରର ବିକାଶ ଧାରାରେ ନେତା ଓ ଜନତା' ଶୀର୍ଷକ ଆଲୋଚନାଚକ୍ରରେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ବଲାଙ୍ଗୀର ଐତିହ୍ୟ ଉପରେ ବର୍ଣ୍ଣନା କରିଥିଲେ । ପ୍ରେରଣାର ସଂପାଦକ ରଘୁନନ୍ଦନ ସିଂହ ଖବରକାଗଜର ବାର୍ଷିକ ବିବରଣୀ ପ୍ରଦାନ କରି ଆଜି ପ୍ରେରଣା ଖବରକାଗଜ ଓ ୱେବପୋର୍ଟାଲ ଲୋକଙ୍କୁ ସଠିକ ନ୍ୟୁଜଦେଇ ତାର ଦାୟୀତ୍ୱ ନିର୍ବାହ କରୁଛି ବୋଲି କହିଥିଲେ । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥିଙ୍କୁ ସ୍ୱାଗତ କରି ଆଲୋଚନାଚକ୍ର ବିଷୟରେ ନିଜ ମତରଖିଥିଲେ । ଏହି ଅବସରରେ ପ୍ରେରଣା ପକ୍ଷରୁ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ, ସମାଜର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାମ୍ବାଦିକମାନଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ 

କରାଯାଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ଏହି ଅଞ୍ଚଳର ବିଶିଷ୍ଟ କବି ଓ କବୟିତ୍ରୀଙ୍କୁ ନେଇ ଏକ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ମଳୟ ମିଶ୍ରଙ୍କ ସଭାପତିତ୍ୱ ଓ କବୟିତ୍ରୀ ଚୁମକି ଦାସ ଓ ରତ୍ନମୟ ତ୍ରୀପାଠୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତାପାଠୋତ୍ସବରେ ବହୁସଂଖ୍ୟାରେ କବି,  କବୟିତ୍ରୀ କବିତାପାଠ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ବାଙ୍କାବିହାରୀ ପଣ୍ଡା,ଗବେଷକ ସୁରେଶପ୍ରସାଦ ଷଢଙ୍ଗୀ,ସାମ୍ବାଦିକ ସୁଧିର ମିଶ୍ର,ଶରତ ମହାକୁର, ରିତୁରାଜ ସିଂ, ମହେନ୍ଦ୍ର ଦର୍ଜି, ଅଧ୍ୟାପିକା ହିମାନୀ ତ୍ରୀପାଠୀ,ସହଯୋଗ ଫାଉଣ୍ଡେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପ୍ରେରଣାର ସାମ୍ବାଦିକ ଦେବାଶିଷ ବହିଦାର, ବିନୋଦ ଦୀପ, ଜୟକୁମାର ମହାରଣା, ମନୋଜ ଜୈନ, ପ୍ରବୀଣ ମହାନ୍ତି,ନସୀବ ଖାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ରାଧାକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026

You Might Also Like