-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
19-Mar-2024
ବଲାଙ୍ଗୀର ( ପ୍ରେରଣା ଖବର ) - ସମାଜସେବୀ ଓ ଶ୍ରମିକ ସଂଗଠକ ସ୍ୱର୍ଗତ ଅରୁଣ କୁମାର ସାହୁଙ୍କ ଜନ୍ମଦିନ ସ୍ମୃତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଥିବା ବ୍ଲଡ ସଂଗ୍ରହ କେନ୍ଦ୍ର ଠାରେ ରକ୍ତ ଦାନ ଓ ତାର ସମ୍ମୁଖରେ ଅନ୍ନଦାନ କାର୍ଯ୍ୟକ୍ରମ ଅରୁଣ କୁମାର ସାହୁ ସ୍ମୃତି କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି ।
ସନ୍ଧ୍ୟାରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ମିଶ୍ର, ତପସ୍ମିନୀ ପଟେଲ, ଜିତେନ୍ଦ୍ର ରାଉତ, ଭୀମସେନ ମେହେର, ଯଜ୍ଞଶ୍ୱର ସାହୁ , ବିରେନ୍ଦ୍ର ପୋଡ ତଥା ଅନ୍ୟ ରକ୍ତଦାତା ରକ୍ତଦାନ କରିଥିଲେ । ସନ୍ଧ୍ୟାରେ ସହଯୋଗ ଫାଉଣ୍ଡେସନର ସହଯୋଗରେ ଅନ୍ନଦାନ କାର୍ଯ୍ୟକ୍ରମରେ ରୁଟି, ତରକାରି ଓ ଆଚାର ରୋଗୀ ଏବଂ ରୋଗୀର ସମ୍ପର୍କିୟମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।
ଏହି ଅବସରରେ ସୋନପୁର ଜିଲ୍ଲାର ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଘୁନା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନସେଲର ପ୍ରଭାକର ଛନ୍ଦଙ୍କୁ ସ୍ମୃତି କମିଟି ତରଫରୁ ରକ୍ତଦାତା ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନିଲ ମୋଦି, ବିଶ୍ୱଜିତ ନନ୍ଦ, ମଧୁସ୍ମିତା ଖୁଣ୍ଟିଆ, ଅଶୋକ ସାହୁ, ସଙ୍ଗମିତ୍ରା ସାହୁ, ଜୟପ୍ରକାଶ ସାହୁ, ରୁପେଶ ସାମଲ ସହଯୋଗ କରିଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ଶିକ୍ଷକ ରାମନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସ୍ୱର୍ଗତ ଅରୁଣ କୁମାର ସାହୁଙ୍କର ବଡ ଭାଇ ଅକୁର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।