-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
18-Mar-2024
ତରଭା(କପିଳାସ ସେଠ): ତରଭା ଅଞ୍ଚଳର ବିଶିଷ୍ଠ ମଞ୍ଚ କଳାକାର ,କଣ୍ଠଶିଳ୍ପୀ ବୃନ୍ଦାବନ ମିଶ୍ର(୫୫) ଙ୍କ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ପରଲୋକହୋଇଛି I ସେ ୫୦ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିବା ସହ ଜଣେ କଣ୍ଠଶିଳ୍ପୀ ଭାବେ ସୁନାମ ଅର୍ଜନ କରିଥିଲେ।ବିଶିଷ୍ଠ ସଂଗୀତଜ୍ଞ ସ୍ବର୍ଗତ ସରୋଜ ନନ୍ଦଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ କ୍ୟାସେଟ 'ଲାବଣ୍ୟ'ରେ କଣ୍ଠଦାନ କରିଥିଲେ।ବୃନ୍ଦାବନ ତରଭା ଆଞ୍ଚଳିକ କଳା କେନ୍ଦ୍ର ର ଜଣେ ପ୍ରତିଷ୍ଠା ସଦସ୍ୟରହିଥିଲେ l ସୋମବାର ଆଞ୍ଚଳିକ କଳା କେନ୍ଦ୍ର ପରିସରରେ ବରିଷ୍ଠ ସଦସ୍ୟ, କଣ୍ଠ ଶିଳ୍ପୀ ଶ୍ୟାମସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ଏଥିରେ କଲା କେନ୍ଦ୍ର ର ସଦସ୍ୟ କଳାକାର ବିକ୍ରମ ସାହୁ, ପବିତ୍ର ମୋହନ ସାହୁ, ବିଘ୍ନରାଜ ନାଏକ, ହେମ କାନ୍ତ ବିଶି, ଅନ୍ତର୍ଯ୍ୟାମୀ ସାହୁ, ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ଅମର ଆତ୍ମ ର ସଦଗତି ପାଇଁ ମିନିଟ ନିରବ ପ୍ରାର୍ଥନା କରିବା ସହ ତାଙ୍କର ବିଯୋଗ ରେ ଆଞ୍ଚଳିକ କଳା କେନ୍ଦ୍ର ର ଅପୂରଣୀୟ ଅଭାବ ଅନୁଭୂତି ରହିବ ବୋଲି କରି ତାଙ୍କର ସୃତି ଚରଣ କରିଥିଲେ I