-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
07-Feb-2024
ଭୁବନେଶ୍ୱର(ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ ): ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ମୌଳିକ ଦାବି ନେଇ ବୁଧବାର ରାଜ୍ୟର ବିପୁଳ ସଂଖ୍ୟାରେ ସାମ୍ବାଦିକମାନେ ବିଧାନସଭା ଘେରାଉ କରିଛନ୍ତି ।
ଦାବିଗୁଡ଼ିକ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ୍ କରାଯିବା, ମିଡ଼ିଆ ଏକାଡ଼େମୀ ଗଠନ କରିବା, ଅଧିସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରବେଶାଧିକାର ଅନ୍ତର୍ଭୁକ୍ତ ରହିଛି । ସାମ୍ୱାଦିକ ମାନଙ୍କ ସହ ବିଧାୟିକା କୁସୁମ ଟେଟେ, ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ସୁବାସ ପାଣିଗ୍ରାହୀ, ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇ ଦାବି ପ୍ରତି ସମର୍ଥନ ଜଣାଇଥିଲେ ।ସେହିପରି ପୂର୍ବତନ ସାଂସଦ ତଥା ସମ୍ପାଦକ ତଥାଗତ ଶତପଥୀ ଏଥିରେ ଯୋଗଦେଇ ସାମ୍ବାଦିକଙ୍କ ଏହି ଦାବିଗୁଡ଼ିକ ଯୁକ୍ତିଯୁକ୍ତ ହୋଇଥିବାରୁ ଏହି ପ୍ରସଙ୍ଗରେ ସଂଘ ସହିତ ସେ ଶେଷ ପର୍ଯ୍ୟନ୍ତ ରହି ଦୃଢ ସମର୍ଥନ ଦେବେ ବୋଲି କହିଥିଲେ ।