-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Feb-2024
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରୋଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଚମରା ଚୌହାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍କୁଲ ର ପ୍ରଧାନ ଶିକ୍ଷକ ମମତା ସେଠୀ , ନଅଗାଁ କ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ସାହୁ ଯୋଗଦାନ କରି ଥିଲେ l ଏହି ସଭାରେ ସ୍କୁଲ ର ବରିଷ୍ଠ ଶିକ୍ଷକ ଉମାକାନ୍ତ ପୁଟେଲ ମଞ୍ଚ ପରିଚାଳନା କରିଥିଲେ l ଏଥିରେ ବ୍ଲକ ର ବିଭିନ୍ନ ସ୍କୁଲ ର 108 ପ୍ରତିଯୋଗୀ ବିଭିନ୍ନ ବିଭାଗ ରେ ଭାଗ ନେଇଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ଦେବ ପଶାୟତ , ସୁରଭି ପଧାନ , ସିଦ୍ଦିଶ୍ରି ପଟେଲ୍ , ଆଦ୍ୟାଶ୍ରୀ ବେହେରା , ପ୍ରଜ୍ଞା ପରିମିତା ମିଶ୍ର , ମହେଶ ପଧାନ , ପୁଜା ବେହେରା , ନବ୍ୟାରାଣୀ ସୁନା , ସଂସ୍କୃତି ଭୋଇ , ଅଂଶୁମାନ ଭୋଇ ଜିଲ୍ଲାସ୍ତରକୁ ମନୋନିତ ହୋଇଥିଲେ l ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ କର୍ମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ସହିତ ବ୍ଲକ କାର୍ଯ୍ୟଲୟର ସଦାନନ୍ଦ ଭୁଏ ,ସି ଆର୍ ସି ସି ଏବଂ ଏକାଉଣ୍ଟେନ ଗୁପ୍ତେଶ୍ୱର ମାଝୀ ମଧ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l