-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
02-Feb-2024
ସୁବର୍ଣ୍ଣପୁରର (ମନୋରଞ୍ଜନ ତ୍ରିପାଠୀ )
ଅବସର ପରେ ନିଜ ଘର ଭିଟା ମାଟି ସୁବର୍ଣ୍ଣପୁରର ଜିଲ୍ଲା କୁ ଫେରିଥିବା ଭାରତୀୟ ଯୁବ ସେନା ବିକ୍ରମlଦିତ୍ୟ ମହାକୁଡ ଙ୍କୁ ଆଜି ସୋନପୁର ମହାନଦୀ ହିକୁଡି ଛକ ଠାରେ ଜିଲ୍ଲା କନେଷ୍ଟବଳ ସଂଘ, ସ୍ବଚ୍ଛ ଭାରତ ସଂଗଠନ, ରକ୍ତ ଦାତା ସଂଘ, ତଥା ସହର ର ବିଭିନ୍ନ ପ୍ରମୁଖ ସଂଗଠନ ପକ୍ଷ ରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏବଂ ମହାନଦୀ ବ୍ରିଜ ହୀକୁଡି ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ସହର ସାରା ପରିକ୍ରମା କରାଯାଇଥିଲା l ସହର ର ସବୁ ସାହି ରେ ସୋନପୁର କଲେଜ ଠାରେ,ଶିଶୁଆଶ୍ରମ ଠାରେ ଓ ରାସ୍ତା ଘାଟ ରେ ଛୁଆ ପିଲା କଲେଜ ଛାତ୍ର ଛାତ୍ରୀ ମହିଳା ଆବାଳ ବୁଦ୍ଧ ବନିତା ସମସ୍ତ ଙ୍କ ଦ୍ଵାରା ସବୁଠି ଭବ୍ୟ ସ୍ଵାଗତ କରାଯାଇଥିଲା l ଇଷ୍ଠଦେବୀ ମା ସୁରେଶ୍ଵରୀ ଙ୍କୁ ମୁଣ୍ଡିଆ ମାରି ଶ୍ରୀ ମହାକୁଡ ଆଶୀର୍ବାଦ ଭିକ୍ଷା କରି ଜିଲ୍ଲା ବାସୀ ଙ୍କ ମଙ୍ଗଳ କାମନା କରିଥିଲେ l ତାଙ୍କୁ ଭଲ ପାଉଥିବା ସମସ୍ତ ଶୁଭେଚ୍ଛୁ ଦେଶ ପ୍ରେମୀ ଙ୍କୁ ସହର ବାସୀଙ୍କୁ କୃତଜ୍ଞତା ଜଣାଇ ଆଗାମୀ ଯୁବ ପୀଢ଼ି ଙ୍କୁ ପ୍ରେରଣl ଦେବା କୁ ଅନେକ ସେବା ଯୋଗାଇବି ବୋଲି ଭାବ ବିହ୍ବଳ ହୋଇ କହିଥିଲେ l ଓଡିଶା ପୋଲିସ୍ ସହିଦ୍ ନରସିଂହ ମହାକୁଡ ଙ୍କ ସୂ ପୁତ୍ର ବିକ୍ରମାଦିତ୍ୟ ଆଜି ଘର କୁ ଫେରିବା ପରେ ବିକ୍ରମ ଙ୍କ ମାଆ ଭାବ ବିହ୍ବଳ ହୋଇ କାନ୍ଦି ପକାଇଥିଲେ l