-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
01-Feb-2024
ତୁଷୁରା, (ପ୍ରେରଣା ଖବର) ବିଜୁ ଜନତାଦଳ ପକ୍ଷରୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡଭେଲା ବ୍ଲକର ଜାମୁଟ ଗ୍ରାମପଞ୍ଚାୟତରୁ ମଙ୍ଗଳବାର "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ ନାୟକ, ସହ ପର୍ଯ୍ୟବେକ୍ଷକ ସ୍ନେହାଞ୍ଜଳି ମହାନ୍ତି, ଗୁଡଭେଲା ବ୍ଲକ ପର୍ଯ୍ୟବେକ୍ଷକ ଅଶୋକ ଜେନା, ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜସୱାଲ, ଯୁବନେତା ବିକାଶ ଶର୍ମା, ରାମଶଙ୍କର ବାଗ, ରାକେଶ ବାଗ, ବାଳକ ବାଗ, ନିରୋଦ ନାଗ,ସୋମ ଭୋଇ, ବିଭୁ ସାହୁ, ରଘୁନାଥ ଦାସ, ପପିନ ପ୍ରଧାନ ଜିଲ୍ଲା ପରିଷଦ ସଭ୍ୟ ଗୀତା ବିଶି, ବିଜୁ ମହିଳା ଜନତାଦଳ ରାଜ୍ୟ ସାଧାରଣ ସମ୍ପାଦିକା ରମାକାନ୍ତି ପୁଟେଲଙ୍କ ସହିତ ଦଳର ସାହସ୍ରାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଦ୍ବାରା ଲୋକମାନେ କିଭଳି ଉପକୃତ ହେଉଛନ୍ତି ଏହି ବିଷୟ କୁ ନେଇ ଲୋକମାନଙ୍କ ଠାରୁ ମତାମତ ନିଆଗଲା l