-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
01-Feb-2024
ବୌଦ୍ଧ, (ପ୍ରେରଣା ଖବର) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗ୍ରାମ ପଞ୍ଚାୟତ ର କେଲାକଟା ଉଚ୍ଚ ବିଦ୍ୟାଳୟ ରେ ଭାଷା,ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଃଖୀଶ୍ୟାମ ଗାଇଗୌରିଆ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଥୁରା ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ତଥା ବରିଷ୍ଠ ସମାଜସେବୀ ସୁନୀଲ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର , ସର୍ବଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜକ ଦେବାଶିଷ ଦ୍ୱାରି , ପେଡାଗୋଜି ସଂଯୋଜକ ଶିବ ଶଙ୍କର ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସୃଜନୀରେ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଉପରେ ଉଦବୋଧନ ଦେଇଥିଲେ ା କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ବିଦାୟ ବନ୍ଧୁ ପୁରୋହିତ , ବରିଷ୍ଠ ଶିକ୍ଷକ ଆନନ୍ଦ ଚନ୍ଦ୍ର ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ , ଅଭିମନ୍ୟୁ ଜେନା , ଶେଷଦେବ ଗାଇଗୌରିଆ, ଧ୍ରୁବଚରଣ ସାହୁ,ମହାଦେବ ପ୍ରଧାନ, ରଞ୍ଜନ ନାଏକ ଉପସ୍ଥିତ ରହି କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ ରୁପାୟନ କରାଥିଲେ l ଶେଷରେ ସଂସ୍କୃତ ଶିକ୍ଷକ ତ୍ରିନାଥ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ l