-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Feb-2024
(ମନୋରଞ୍ଜନ ତ୍ରିପାଠୀ )୧୮ ଜାନୁଆରୀ ରୁ ସୁବର୍ଣ୍ଣପୁର ଜିଲ୍ଲା ର ୬ ଗୋଟି ବ୍ଲକ ରେ ଅବସ୍ଥିତ ୧୦ ଗୋଟି ବ୍ଲକ ପ୍ରାଣୀ ଚିକିତ୍ସାଳୟ ରେ କାର୍ଯ୍ୟରତ ୨୦ ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଛନ୍ତି।ଜିଲ୍ଲାରେ ଅବସ୍ଥିତ ୩୮ ଗୋଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ କାର୍ଯ୍ୟରତ ୨୯ ଜଣ ପ୍ରାଣୀଧନ ନିରୀକ୍ଷକ ଓ ପ୍ରାଣୀଧନ ପ୍ରଯୁକ୍ତିକ ମାନଙ୍କୁ ନିଜ ଦାଇତ୍ୱ ସହିତ ୧୦ ଗୋଟି ବ୍ଲକ ପ୍ରାଣୀ ଚିକିତ୍ସାଳୟ ର ମଧ୍ୟ ସରକାରଙ୍କ ଆଦେଶ ଅନୁସାରେ କାମ ତୁଲାଇବାକୁ ପଡୁଛି । ନିଜ ପ୍ରାଣୀଧନ ସହାୟକ କେନ୍ଦ୍ରର ଟୀକାକରଣ, କୃତିମ ପ୍ରଜନନ, ପଶୁପକ୍ଷୀ ଗଣନା, ପ୍ରାଥମିକ ଚିକିତ୍ସା ସହିତ ପ୍ରତ୍ୟେକ ପଂଚାୟତ ରେ ଅନୁଷ୍ଠିତ ହେଉଥିବା "ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ ସହିତ ୧୦ ଗୋଟି ବ୍ଲକ ପ୍ରାଣୀ ଚିକିତ୍ସାଳୟ ରୋଷ୍ଟର ଭାବରେ ନିୟମିତ ଖୋଲାରଖି ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଉମେଶ ଚନ୍ଦ୍ର ବେହେରା ଙ୍କ ତତ୍ୱବଧାନରେ ଜଟିଳ ରୋଗର ମଧ୍ୟ ଚିକିତ୍ସା ସମ୍ଭବ ପର ହେଉଛି।୧୫ ଦିନ ଧରି ପ୍ରାଣୀଚିକିତ୍ସକ ମାନେ ସମୂହ ଛୁଟିରେ ଥିଲେ ବି ସୁବର୍ଣ୍ଣପୁର ଜିଲ୍ଲାର ଦେଢ଼ ଲକ୍ଷ ରୁ ଉର୍ଦ୍ଧ୍ବ ଗାଈ ଗୋରୁ, ୫୦ ହଜାରରୁ ଉର୍ଦ୍ଧ୍ବ ଛେଳି ମେଣ୍ଢା ତଥା ଅନ୍ୟାନ୍ୟ ପ୍ରାଣୀ ଚିକିତ୍ସା ରେ କୌଣସି ବାଧା ସୃଷ୍ଟି ହୋଇ ନ ଥିବା ଜଣାପଡିଛି।ଏହି ଜରୁରୀ ପରିସ୍ଥିତି ରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପ୍ରାଣୀଧନ ନିରୀକ୍ଷକ ଓ ପ୍ରାଣୀଧନ ପ୍ରଯୁକ୍ତିକ ଙ୍କ କାର୍ଯ୍ୟକୁ ୩୦.୦୧.୨୦୨୪ ରେ ଅନୁଷ୍ଠିତ ଅଭାସିକ ବୈଠକରେ ବିଭାଗୀୟ ନିର୍ଦେଶକ ଓ ବିଭାଗୀୟ ଶାସନ ସଚିବ ପ୍ରଶଂସା କରିଛନ୍ତି।