-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||     

HOME   ଜିଲ୍ଲା

ଉଦଘାଟନ ହେଲା 5ଟି ରେ ରୂପାନ୍ତରିତ ବିଦ୍ୟାଳୟ I କିନ୍ତୁ ସରିପାରିଲାନି କାମ I ଯେଇ ଏବଂ ଏଇ ଙ୍କ ଅବହେଳା କୁ ଦାୟୀ କଲେ ଗ୍ରାମବାସୀ I ଫିରିଙ୍ଗିଆ ବ୍ଲକ ସରୁକୋଇ ରୁ ଆସିଲା 5ଟି ର ସାଙ୍ଘାତିକ ସତ Im

31-Jan-2024



କନ୍ଧମାଳ:୩୦/୦୧/୨୦୨୪/(କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ )ରାଜ୍ୟ ସରକାର ଗୁଣାତ୍ମକ ମାନର ଶିକ୍ଷା ର ଅଭିବୃଦ୍ଧି ପାଇଁ 5t ଅଧୀନରେ ବିଦ୍ୟାଳୟ ଗୁଡିକର ରୂପାନ୍ତରୀରିତ କାମ କରିଚାଲିଛନ୍ତି I ରାଜ୍ୟର ଅନେକ ବିଦ୍ୟାଳୟ ଏବେ ରୂପାନ୍ତରିତ ହୋଇ ନୁଆଁରୂପ ଧାରଣ କରିଛି I ସୁନ୍ଦର ୱାଲପ୍ରିଣ୍ଟ ଠାରୁ ଆରମ୍ଭ କରି ସ୍ମାର୍ଟ କ୍ଲାସରୁମ ସାଇନ୍ସ ଲ୍ୟାପ ଇ ଲାଇବ୍ରେରୀ ଭଳି ଅନେକ ସୁବିଧା ସୁଯୋଗ ଏହି ବିଦ୍ୟାଳୟ ମାନଙ୍କରେ ରହିଛି I ଏହି ପରିପେକ୍ଷୀରେ ସୋମବାର ଚତୁର୍ଥ ପର୍ଯ୍ୟାୟ ରେ ମଧ୍ୟ୍ୟ ରୂପାନ୍ତରିତ ହୋଇଥିବା ରାଜ୍ୟ ର ଅନେକ ବିଦ୍ୟାଳୟ କୁ ଭରଚୁଆଲ ମାଧ୍ୟ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି I ସେମାନଙ୍କ ମଧ୍ୟରୁ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ର ମଧ୍ୟ୍ୟ ପ୍ରାୟ ୪୬ ଟି ବିଦ୍ୟାଳୟ କୁ ମଧ୍ୟ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି I ତେବେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ର ରୂପାନ୍ତରିତ କାର୍ଯ୍ୟ ସରିଵା ପରେ ଲୋକାର୍ପଣ ହୋଇଥିବା ବେଳେ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଫିରିଙ୍ଗିଆ ବ୍ଲକ ର ଡିଣ୍ଡିରାଗାଁ ପଞ୍ଚାୟତ ଅଧୀନରେ ଥିବା ସରୁକୋଇ ଠାରେ ଥିବା ଉନ୍ନୀତ ଉଚ୍ଚବିଦ୍ୟାଳୟ ର ରୂପାନ୍ତରିତ କାମ ସରିପାରିନଥିଲେ ମଧ୍ୟ୍ୟ ଅର୍ଦ୍ଧନିର୍ମିତ ରୂପାନ୍ତରିତ ବିଦ୍ୟାଳୟ କୁ ଉଦଘାଟନ କରାଯାଇଛି I ବିଭାଗୀୟ ଅବହେଳା ପାଇଁ ଦୀର୍ଘ ବର୍ଷେ ହେଲା ଏହି ବିଦ୍ୟାଳୟ ର ରୂପାନ୍ତରିତ କାର୍ଯ୍ୟସରିପାରିନଥିବା ବେଳେ ଅଧା ଗଢ଼ା ବିଦ୍ୟାଳୟ ର ଉଦଘାଟନ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ସରୁକୋଇ ଗ୍ରାମବାସୀ ଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଙ୍କ ସହ ସମସ୍ତ ସଦସ୍ୟ ଓ ଅଭିଭାବକ ମାନେ I କେବଳ ତିନୋଟି ଶ୍ରେଣୀ କୋଠରୀ ଓ ଗୋଟିଏ ସାଇନ୍ସ ଲ୍ୟାବ ର କାମ କୁ ସମ୍ପୂର୍ଣ କରି ବିଦ୍ୟାଳୟ ଟିକୁ ଉଦଘାଟନ କରିଦେଇଥିବା ବେଳେ ଆହୁରି ସତୁରି ପ୍ରତିଶତ କାର୍ଯ୍ୟ ସରିପାରିନାହିଁ I ବିଦ୍ୟାଳୟ ରେ ନିର୍ମାଣ ହେଉଥିବା ଶୌଚାଳୟ ଠାରୁ ଆରମ୍ଭ କରି ବିଦ୍ୟାଳୟ ର ଫାଟକ ପର୍ଯ୍ୟନ୍ତ ସମସ୍ତ ରୂପାନ୍ତରିତ କାର୍ଯ୍ୟ ବର୍ଷେ ହେଲା ସରିପାରୁନାହିଁ I ଅନ୍ୟପଟେ ଦୀର୍ଘ ବର୍ଷେ ହେଲା କାମ ସାରିପାରୁନାଥୁବାରୁ ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ କୋଠରୀର ଅଭାବ ଥିଲେ ମଧ୍ୟ୍ୟ ପାଠପଢିବାକୁ ବାଧ୍ୟ ହେଉଛନ୍ତି I ଯାହାଫଳରେ ପାଠପଢ଼ାରେ ବ୍ୟାଘାତ ଘଟିଥିବା ବେଳେ ଆଗକୁ ମେଟ୍ରିକ ପରୀକ୍ଷା ଆସୁଥୁବାରୁ ଛାତ୍ର ଛାତ୍ରୀ ମାନେ ଠିକ ଭାବରେ ପାଠପାଢ଼ୀ ନପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି I ତେବେ 5t ଅଧୀନରେ ପ୍ରାୟ ୫୦ ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ବିଦ୍ୟାଳୟ ର କାମ ସାରିପାରୁନଥିବା ବେଳେ ଅନ୍ୟପଟେ ଅର୍ଦ୍ଧନିର୍ମିତ ବିଦ୍ୟାଳୟ ର ଉଦଘାଟନ କରିବା ବ୍ଲକ ପ୍ରଶାସନ ଓ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ସହ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ତେବେ ଏହି ଘଟଣା ବିଷୟରେ ଦାୟିତତ୍ବ ରେ ଥିବା ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଓ ବିଡ଼ିଓ ଙ୍କୁ ପଚାରିବାରୁ ନିଜ ଉପରୁ ଦୋଷ ଛଡ଼ାଇବାକୁ ଯାଇ ବିଦ୍ୟାଳୟ ର ରୂପାନ୍ତରିତ କାମ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ଠିକାଦାର ଙ୍କ ଅବହେଳା ପାଇଁ କାର୍ଯ୍ୟଟି ସାରିପାରୁନାହିଁ ବୋଲି କହିଥିବା ବେଳେ ସମ୍ପୃକ୍ତ ଠିକାଦାର ଙ୍କୁ ପଚାରିବାରୁ ବ୍ଲକ ପ୍ରଶାସନ ଠିକ ଭାବରେ ବିଲ କରୁନଥିବାରୁ କାମ ସାରିପାରୁନାହିଁ ବୋଲି ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ଦୋଷ ଦେଇଛନ୍ତି I ତେବେ ଏଠି ସମୃକ୍ତ ଠିକାଦାର ଓ ବ୍ଲକ ପ୍ରଶାସନ ର ଦୋଷ ଲଦାଲୁଦି ମଧ୍ୟରେ ବିଦ୍ୟାଳୟ ର ରୂପାନ୍ତରିତ କାର୍ଯ୍ୟ ଅଧରେ ପଡିରହିଥିବା ବେଳେ ଏହି କାମକୁ ନେଇ ଗ୍ରାମବାସୀ ମାନଙ୍କ ମାଧ୍ୟ୍ୟରେ ଜନ ଅସନ୍ତୋଷ ଦେଖାଦେଇଛି I ଅନ୍ୟପଟେ ଅଭିଯୋଗ କଲେ ଯେଇ ଓ ଏଇ ଗାଳିଗୁଲଜ କରୁଥିବା ଖୋଦ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଅଭିଯୋଗ କରିଛନ୍ତି I ଅନ୍ୟପଟେ ବିଦ୍ୟାଳୟ ର ଏଭଳି ଅବସ୍ଥା ପାଇଁ ଯୋଉମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ବିଦ୍ୟାଳୟ ର ରୂପାନ୍ତରିତ କାର୍ଯ୍ୟ ଶୀଘ୍ର ସରିଵା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହ ବିଦ୍ୟାଳୟ ର ସଭାପତି ଓ ଗ୍ରାମବାସୀ ଦାବି କରିଛନ୍ତି I


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026

You Might Also Like