-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର ):ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍ ଅନ୍ତର୍ଗତ ଧୂମାଭଟା ଗ୍ରାମରେ ଗତ କାଲି ରାତିରେ ହିନ୍ଦୁ ସମାଜ ତଥା ପ୍ରଭୁ ଶ୍ରୀରାମ ଙ୍କ ଉପରେ ମୁସଲମାନ ଯୁବକ ମାନଙ୍କ ଦ୍ଵାରା ହୋଇଥିବା ଅପମାନ କୁ ନେଇ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ସହ ସଂଯୋଜକ ଶ୍ରୀ ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି ଯେ ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ଯା ରେ ପ୍ରଭୁ ଶ୍ରୀରାମ ଙ୍କର ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଭାରତର କୋଣ ଅନୁକୋଣରେ ଯେମିତି ହର୍ଷ ଉଲ୍ଲାସ ର ସହ ଉତ୍ସବ ପାଳନ କରାଯାଇଥିଲା ସେମିତି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍ ଅନ୍ତର୍ଗତ ଧୂମାଭଟା ଗ୍ରାମରେ ମଧ୍ୟ ବହୁତ ଧୁମ୍ ଧାମ୍ ରେ ଏହି ଉତ୍ସବ ପାଳନ ହୋଇଥିଲା।ଗାଁ କୁ ଗୈରିକ ପତାକା ତଥା ପ୍ରଭୁ ଶ୍ରୀରାମ ଙ୍କ ଫଟୋ ରେ ସଜା ଯାଇଥିଲା।
କିନ୍ତୁ ଗତକାଲି ରାତି କିଛି ମୁସଲମାନ ଯୁବକ ପ୍ରଭୁ ଶ୍ରୀରାମ ଙ୍କ ଫଟୋ କୁ ଅପମାନ ଜନକ ଭାବେ ଚିରାଫଡା କରି ଗୈରିକ ପତାକା ସବୁ ଓପାଡି ଦେଇଥିଲେ ଏବଂ ଟେକା ମାଡ କରିଥିଲେ।ହିନ୍ଦୁ ବହୁଳ ଗାଁ ରେ ମାତ୍ର କିଛି ଘର ମୁସଲମାନ ପରିବାର ଥିଲେ ମଧ୍ୟ ହିନ୍ଦୁ ସମାଜ ତଥା ହିନ୍ଦୁ ପର୍ବ ପର୍ବାଣୀ ଏବଂ ଉତ୍ସବ ପ୍ରତି ଏମାନଙ୍କ ଭିତରେ ଥିବା ଘୃଣା ଭାବ କୁ ଏମାନେ ଅତି ଆରମ ରେ ଦେଖାଉଛନ୍ତି।ଏପ୍ରକାର କାର୍ଯ୍ୟ ଦ୍ୱାରା ସାମ୍ପ୍ରଦାୟିକ ସଦଭାବ ନଷ୍ଟ ହେଉଛି।
ଏହି ଅପମାନ ହିନ୍ଦୁ ସମାଜ ବରଦାସ୍ତ କରିବ ନାହିଁ।ବଲାଙ୍ଗିର ପୋଲିସ ପ୍ରଶାସନ ଏହି ଅପରାଧି ମାନଙ୍କୁ ଉଚିତ୍ ଦଣ୍ଡ ନ ଦେଲେ ଆଗାମୀ ଦିନରେ ଏହା ଭୟଙ୍କର ଆନ୍ଦୋଳନ ର ରୂପ ନେବ।ଏଥିପାଇଁ ବଲାଙ୍ଗିର ପୋଲିସ ପ୍ରଶାସନ ହିଁ ଦାୟୀ ରହିବେ।