-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ବଲାଙ୍ଗିର ରୋଡ଼ ଠାରେ ଥିବା ପରେଶ ସେଲ୍ ୱାର୍ଲ୍ଡ ଠାରେ ହାଭେଲ୍ସ ଲୟେଡ୍ ୱାର୍ଲ୍ଡ ଅଫ ଏକ୍ସପିରିଏନ୍ସ ର ନିଉଁ ଶୋ ରୁମ୍ ଉଦ୍ଘାଟନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଦାମୋଦର କୈବର୍ତ୍ତ (ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ସୁବର୍ଣ୍ଣପୁର) ଯୋଗ ଦେଇ ଏହି ନବୀକରଣ ଶୋ ରୁମ୍ ବା ବ୍ୟବସାୟ କେନ୍ଦ୍ର କୁ ଶୁଭ ଉଦ୍ଘାଟନ କରି ଏହାର କ୍ୱାଲିଟି କୁ ପ୍ରଶଂସା କରି ସଫଳତା କାମନା କରିଥିଲେ l ସମ୍ମାନିତ ଅତିଥି ଭାବେ ମିଷ୍ଟର ଦେବାଶିଷ ମିତ୍ର ଏଭିପି ହାଭେଲ୍ସ ଲୟେଡ ଲିମିଟେଡ ଭୁବନେଶ୍ୱର, ସୋନପୁର ବି ଡି ଓ ସୌମ୍ୟ ରଞ୍ଜନ ସ୍ବାଇଁ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଆଇନଜିବୀ ପ୍ରଦୀପ ପୁରୋହିତ ଯୋଗ ଦେଇ କମ୍ପାନୀ ର ଗୁଣାତ୍ମକ ମାନ ର ଦ୍ରବ୍ୟ ସହିତ ପ୍ରତ୍ୟେକ ଖାଉଟି ବା ଗ୍ରାହକ ଙ୍କ ପାଖରେ ଉତ୍ତମ ସେବା ଓ ଠିକ ସମୟରେ ସେବା ଯୋଗାଉ ଥିବା କାର୍ଯ୍ଯ ପାଇଁ କମ୍ପାନୀ କୁ ପ୍ରଶଂସା କରିଥିଲେ l ଏବଂ ଏହି ସେବା ଜାରି ରଖି ନିଜର ଓ ବ୍ୟବସାୟ କେନ୍ଦ୍ର ଓ କମ୍ପାନୀ ଉପରେ ବିଶ୍ୱାସ ଓ ଭରସା ବଢାଇବାକୁ ପରାମର୍ଶ କରିଥିଲେ l ଏହି ଉଦଘାଟନୀ ଉତ୍ସବ ରେ ସହର ର ବହୁ ବୁଦ୍ଧିଜିବୀ, ମିଡିଆ, ବ୍ୟବସାୟୀ, ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଶୋ ରୁମ୍ ପ୍ରୋପାଇଟର ତଥା ଡିଷ୍ଟ୍ରିବୁଟର ପରେଶ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରଯାଇଥିଲା l ସ୍ବଚ୍ଛ ଭାରତ ଓ ମର୍ଣିଂ ୱାକର କର୍ମକର୍ତା ଯୋଗ ଦେଇ ସହଯୋଗ କରିଥିଲେ l