-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପୂର୍ଣାନନ୍ଦ ପଟେଲ ଙ୍କ ଅଧ୍ଯକ୍ଷତାରେ ଆସନ୍ତା ଜାନୁଆରୀ ମାସ ୨୬ ତାରିଖ ଗଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁରିବାହାଲ ବ୍ଲକ ଅଧ୍ଯକ୍ଷ ହରିବନ୍ଧୁ ମେହେର, ବ୍ଲକ ଉପାଧ୍ୟକ୍ଷ ଯାଞ୍ଗସିନି ହାତୀ , ମୁରିବାହାଲ ଥାନାଧିକାରୀ ସିପୋରା ସରାୟ ଲୁଗୁନ, ମୁରିବାହାଲ ବ୍ଲକସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର , ଅଗସ୍ତି ବଘାର,ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି,ପ୍ରୋଗ୍ରାମ ମ୍ୟାନେଜେର ରାଜ ସିଂ ଭୋଇ,ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ବିଭିନ୍ନ ବିଦ୍ଯାଳୟ,ବିଭିନ୍ନ ବିଭାଗ ର ମୁଖ୍ଯ ଏବଂ ପ୍ରତିନିଧି ମାନେ ଏହି ପ୍ରସ୍ତୁତି ବୈଠକ ରେ ଯୋଗଦାନ କରି ନିଜ ନିଜ ମତ ରଖିଥିଲେ। ଏହି ବୈଠକରେ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।ବିଏସଏସଓ ରିଙ୍କୁ ମେହେର ସଭାକାର୍ଯ୍ୟ ପରିଚାଳନା କରିବା ସହିତ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।