-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ବଲାଙ୍ଗିର(ପ୍ରେରଣା ଖବର ): ପୁଇଁତଳା ବ୍ଳକ ର ବିଭିନ୍ନ ଗାଁ ଗୁଡ଼ିକରେ ବର୍ତ୍ତମାନ ଛେଳି ଚୋର ସକ୍ରିୟ ଥିବା ଜଣାପଡ଼ିଛି l ଗତକାଲି ରାତି ପ୍ରାୟ ୧ ଟା ୩୦ ମିନିଟ ସମୟରେ ପୁଇଁତଳା ବ୍ଳକ ଅନ୍ତର୍ଗତ ବାହାଲ ପଦର ଗାଁ ରେ ଗୋଟିଏ ଚାଷୀ ଘର ରୁ ୪ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି l ସୂଚନାରୁ ପ୍ରକାଶ ଯେ , ଗତକାଲି ରାତିରେ ବାହାଲ ପଦର ଗାଁ ର ପ୍ରେମlନନ୍ଦ ଷlଣ୍ଢ ନିଜ ଗୁହାଳରେ ଛେଳି ଛୁଆ ମାନଙ୍କୁ ତାଲା ଦେଇ ଶୋଇବାକୁ ଯାଇଥିଲେ l ତେବେ ରାତି ପ୍ରାୟ ୨ଟା ସମୟରେ ପ୍ରେମାନନ୍ଦ ବାହାରକୁ ଆସି ଦେଖିଲା ବେଳେ ଗୁହାଳର ତାଲା ଭଙ୍ଗl ଯାଇଥିବା ଦେଖିବାକୁ ପାଇଥିଲେ l ଗୁହାଳରୁ କୌଣସି ଦୁର୍ବୃତ୍ତ ୪ଟି ଛେଳି ଚୋରି କରିନେଇଥିବା ଜଣାପଡିଛି l ସମସ୍ତ ଛେଳି ର ଆନୁମାନିକ ମୂଲ୍ଯ ପ୍ରାୟ ୩୦.୦୦୦ ଟଂକା ହେବ ବୋଲି ପ୍ରେମାନନ୍ଦ କହିଛନ୍ତି l ଏ ନେଇ ପ୍ରେମାନନ୍ଦ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l