-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Jan-2024
ସମ୍ବଲପୁର -ତା. ୦୯.୦୧(ମୁଣ୍ଢେନପାଲି):ଜମନକିରା ବ୍ଲକ୍ ମୁଣ୍ଢେନପାଲିରେ ଥିବା ସରସ୍ବତୀ ଶିଶୁ ମନ୍ଦିରର ଆଜି ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ହଲଦିବାହାଲ ନିକଟସ୍ଥ ନିର୍ମାଣଧିନ ମହାଲକ୍ଷ୍ମୀମାଁଙ୍କ ପୀଠ ସ୍ଥଳୀରେ ଏହା ଆୟୋଜନ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ମହାଲକ୍ଷ୍ମୀ ମନ୍ଦିର ପୁରୋଧା ବାବା ଧର୍ମ ଦାଶ,ଡାକ୍ତର ରାଜାରାମ ଷଡଙ୍ଗୀ, ଆଡଭୋକେଟ ସୁବ୍ରତ ପ୍ରଧାନ,ନାରୀ ସଂଗଠିକା ବିନି ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ନିଜର ଧର୍ମ,ସଂସ୍କୃତି ସହିତ ପିଲାଟି ଦିନରୁ ସଚେତନ ଓ ଜ୍ଞାନ ଆହରଣ କଲେ ଏକ ସୁସଂଗଠିତ ପରିବାର ଗଠନରେ ନିଜେ ସାମିଲ ହୋଇ ଦେଶ ମାତୃକାର ସେବାରେ ନିଜ ଯୋଗଦାନକୁ କେହି ଅଟକାଇ ପାରିବେନି ବୋଲି କହିଥିଲେ ।ଏଥିରେ ବିଦ୍ୟାଳୟ ସଭାପତି ସରୋଜ ନାଥ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ଜ୍ୟୋତିର୍ମୟୀ ବାଗ ଓ ସମସ୍ତ ଗୁରୁଜୀ,ଗୁରୁମାଁ ମାନେ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ରଞ୍ଜନ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରେ ଶିକ୍ଷାର୍ଥୀ ମାନେ ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିବା ପରେ ନିଜ ନିଜର କଳା ପରିବେଷଣ କରିଥିଲେ । ଏଥିରେ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାଁ ମାନେ ମଧ୍ୟ ସକ୍ରିୟ ଭାଗନେଇ ନୃତ୍ୟ ଗୀତ ଆସରରେ ସାମିଲ ହୋଇ ଗୁରୁ ଶିଷ୍ୟ ସମାନତାର ନିଦର୍ଶନ ଦେଇଥିଲେ ।