-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ପ୍ରାଙ୍ଗଣରେ ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଙ୍କ ୧୫୧ତମ ଜୟନ୍ତି ଗୁରୁବାର ପାଳିତ ହୋଇଯାଇଛି I ପ୍ରକୃତି ବଂଧୁ ସୁବାଷ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ଓ ନେହେରୁ ଯୁବ କେନ୍ଦ୍ର ର ସରୋଜ ମେହେର ବକ୍ତା ଭାବରେ ଯୋଗ ଦେଇ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଙ୍କ ଓଡ଼ିଆ ଗଠନ ଓ ଭାଷା ସାହିତ୍ୟ ପ୍ରତି ଥିବା ଅବଦାନ ସମ୍ପର୍କ ରେ ବକ୍ତବ୍ୟ ଦେଇ ଥିଲେ I ପ୍ରାରମ୍ଭରେ ଦେବାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ଓ ଶେଷରେ ସମୀନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I