-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
04-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ)- ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ରାମେଶ୍ବର ଷ୍ଟାଡିୟମ୍ ଠାରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି l ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସମ୍ମିଳନୀରେ ଏସପି ଅମରେଶ ପଣ୍ଡା , ଏଡିଏମ୍ ଜେନେରାଲ ଅଞ୍ଜଳିନା ପଧାନ, ସଂସ୍କୃତି ଅଧିକାରୀ ଯମୁନା ପଧାନ, ସୁଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଅଶ୍ଵିନୀ ଭୋଇ ଯୋଗ ଦେଇ ୨୦୨୪ ବର୍ଷ ର ଲୋକ ମହୋତ୍ସବ କୁ କିଭଳି ଶାନ୍ତି ଶୃଙ୍ଖଳା ରେ ନିର୍ଭୟ ରେ ସୁରକ୍ଷିତ ଭାବେ ଲୋକେ ଉପଭୋଗ କରିବେ, ଲୋକେ ମନ ପସନ୍ଦ ର ଖାଦ୍ୟ ପାଇ ପାରିବେ, ମେଳା ରେ ବ୍ୟବସାୟୀ ମାନେ ଲାଭ ମାନ ହୋଇ ଜିଲ୍ଲା ଓ ରଜ୍ୟ ର ବ୍ୟବସାୟ ବୃଦ୍ଧି ହେବ , ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ବ୍ୟବସ୍ଥା ଉପରେ ପୁଙ୍ଖlନୁପୁଙ୍ଖ ସୁଚନା ଓ ଆଲୋଚନା କରିଥିଲେ l ସମୁଦାୟ ୪୧ ଗୋଟି ସାଂସ୍କୃତିକ ଦଳ ଏବର୍ଷ ଉତ୍ସବ ରେ ଯୋଗ ଦେବାକୁ ଥିବା ବେଳେ ଏଥି ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ର ୧୧ ଗୋଟି, ଓଡ଼ିଶା ର ୧୬ ଗୋଟି, ରାଜ୍ୟ ବାହାର ର ୪ ଗୋଟି ଦଳ, ରାଜ୍ୟ ସଂସ୍କୃତି ବିଭାଗ ର ୧୦ ଗୋଟି କଳାକାର ଟ୍ରୁପ୍ ଯୋଗ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ରlୟ ମିଡ଼ିଆ କୁ ଆଜି ସୁଚନା ଦେଇଛନ୍ତି l ଏହା ବ୍ୟତୀତ ପଲ୍ଲୀଶ୍ରୀ ମେଳା ପାଇଁ ୨୦୦ ଗୋଟି ଷ୍ଟଲ୍, କୃଷି ଯନ୍ତ୍ର ପାତି ପାଇଁ ୫୦ ଗୋଟି ଷ୍ଟଲ୍ ସହିତ ଲୋକଙ୍କ ମନ ପସନ୍ଦ ର ଖାଦ୍ୟ ତଥା ପିଠା ପଣା ପାରମ୍ପରିକ ଖାଦ୍ୟ ପାଇଁ ୨୦ ଗୋଟି ସ୍ଵତନ୍ତ୍ର ଷ୍ଟଲ୍ ର ବ୍ୟବସ୍ଥା କରା ଯାଇଥିବା ବିଷୟ ଜିଲ୍ଲାପାଳ ସୁଚନା ଦେଇ ଛନ୍ତି l ୬ ତାରିଖ ସକାଳ ୯ ଘଂଟା ରେ ପ୍ରଥମେ ସୋନପୁର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କୁ ଆବାହନ କରାଯାଇ ରାମେଶ୍ବର ଷ୍ଟାଡିୟମ୍ ଯାଏ ଏକ ବିଶାଳ ମଶାଲ ଯାତ୍ରା ସାଂସ୍କୃତିକ ଶୋଭାଯାତ୍ରା ପହଞ୍ଚିବ l ମାନ୍ୟବର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟ ସଭା ଏମ ପି ନିରଂଜନ ବିଶି, ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୁପlର ଠେଲା, ଏହି ଉତ୍ସବ କୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୭ ତାରିଖ ରେ ପୌର ପରିଷଦ ସମେତ ସମସ୍ତ ବ୍ଲକ୍ ର ଅଧ୍ୟକ୍ଷ ଅଧ୍ୟକ୍ଷା ଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ, ସୁରେଶ ଚନ୍ଦ୍ର ଦଳାଇ, ସମ୍ବଲପୁର ଆରକ୍ଷୀ ମହା ନିରୀକ୍ଷକ ଡ ଦୀପକ୍ କୁମାର୍, ସଂସ୍କୃତି ବିଭାଗ ସଚିବ, ନିର୍ଦେଶକ, ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ବରଗଡ଼ ଜିଲ୍ଲାପାଳ ମୋନିଷl ବାନାର୍ଜୀ, ଓ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ସିନେ ନିର୍ଦ୍ଦେଶକ ସବ୍ୟ ସାଚି ମହାପାତ୍ର ପ୍ରମୁଖ ବହୂ ମାନ୍ୟ ଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବାର କା୍ଯ୍ୟକ୍ରମ ରହିଛି l